Odia News Portal

ମୋଦି ସରକାରଙ୍କୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦେଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ବେଶ ସକ୍ରିୟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିବା ସହ ବିଭିନ୍ନ ପ୍ରସଙ୍ଗ ନେଇ ସେ ଘେରଉଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି। ସେ କରିଛନ୍ତି ଯେ ମୋଦୀ ସରକାର ଲୋକଙ୍କୁ ଅସୁବିଧାରେ ପକାଇବାରେ ରେକର୍ଡ ସୃଷ୍ଟି କରିଛନ୍ତି।

ଟ୍ୱିଟରରେ କଂଗ୍ରେସ ସାଧାରଣ ସମ୍ପାଦକ ଏକ ମିଡିଆ ରିପୋର୍ଟକୁ ଟ୍ୟାଗ୍ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ଚଳିତ ବର୍ଷ ପେଟ୍ରୋଲ ମୂଲ୍ୟ ୨୩.୫୩ ଟଙ୍କା ବୃଦ୍ଧି ପାଇଛି। ପ୍ରିୟଙ୍କା ଏକ ଟୁଇଟ୍ରେ କହିଛନ୍ତି, “ମୋଦୀ ସରକାର ଜନସାଧାରଣଙ୍କୁ ଅସୁବିଧାରେ ପକାଇବାରେ ରେକର୍ଡ ସୃଷ୍ଟି କରିଛନ୍ତି। ମୋଦୀ ସରକାରଙ୍କ ସମୟରେ ସର୍ବାଧିକ ବେକାରୀ ସମସ୍ୟା, ସରକାରୀ ସମ୍ପତ୍ତି ବିକ୍ରି, ଗୋଟିଏ ବର୍ଷରେ ପେଟ୍ରୋଲ ହାର ସର୍ବାଧିକ ବୃଦ୍ଧି ପାଇଛି ଯାହାକି ଦେଶରେ ଏବେ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି।