Odia News Portal

ବଦଳିଲେ ୫ ରାଜ୍ୟପାଳ, ଜାଣନ୍ତୁ କିଏ କେଉଁଠି ହେଲେ ନିଯୁକ୍ତ

ନୂଆଦିଲ୍ଲୀ()  ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ଟି ରାଜ୍ୟର ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏଥିସହ କଲରାଜ ମିଶ୍ରଙ୍କୁ ରାଜସ୍ଥାନର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ସେ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ କାର୍ୟ୍ୟଭାର ସମ୍ଭାଳିଥିଲେ। ସେହିଭଳି ବଣ୍ଡାରୁ ଦତ୍ତତ୍ରେୟଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି। ସେହିପରି ଆରିଫ ମହମ୍ମଦ ଖାନଙ୍କୁ କେରଳର ନୂଆ ରାଜ୍ୟପାଳ ଭାବେ ଦାୟିତ୍ବ ଦିଆଯାଇଛି। ତାମିଲିସାଇ ସୌନ୍ଦରରାଜନଙ୍କୁ ତେଲେଙ୍ଗାନାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି। ଏହା ବ୍ୟତୀତ ଭଗତ ସିଂହ କୋଶୟାରୀଙ୍କୁ ମହରାଷ୍ଟ୍ରର ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି।