Odia News Portal

ଠିକାଦାରଙ୍କ ଉପରେ ଅଳିଆ ଢ଼ାଳିଲେ ବିଧାୟକ

ମୁମ୍ବାଇ: ମୁମ୍ବାଇରେ ସପ୍ତାହେ ହେଲା ବର୍ଷା ଲାଗି ରହିଥିବା ବେଳେ ସେଠାରେ ରାସ୍ତା ମାନଙ୍କରେ ପାଣି ଜମି ହୋଇ ରହିଥିବାର ଦୃଶ୍ୟ ଲଗାତାର ସାମନାକୁ ଆସୁଛି । ବର୍ଷା ଯୋଗୁଁ ଲୋକ ମାନଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ମଧ୍ୟରେ ଡ୍ରେନ ସଫା ନହେବାରୁ ରାସ୍ତାରେ ପାଣି ଜମି ହୋଇ ରହିଛି । ତେବେ ଅନ୍ଧେରୀ ଅଞ୍ଚଳର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଅନ୍ଧେରୀ ଚାନ୍ଦିଭାଲି ଅଞ୍ଚଳର ଶିବସେନା ବିଧାୟକ ଦିଲ୍ଲୀପ ଲାଣ୍ଡେ କଣ୍ଟ୍ରାକ୍ଟରଙ୍କୁ ଡ୍ରେନର ଅଳିଆ ଆବର୍ଜନାରେ ବସାଇ ତାଙ୍କ ଉପରେ ଅଳିଆ ଢାଳିବାକୁ କହିଥିଲେ । ଆଉ ବର୍ତ୍ତମାନ ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଶିବସେନା ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଠିକରେ ନାଳ ସଫେଇ କାମ କରି ନଥିବା ଜଣେ ଠିକାଦାରକୁ ଆବର୍ଜନା ନଳ ଭିତରେ ଗାଧଉଥିବାର ଦେଖିବାକୁ ମିଳିଛି ।

ଏହି ଘଟଣା ଶନିବାର ଅପରାହ୍ନ ୪ ବେଳେ ଚାନ୍ଦିବାଲି ଅଞ୍ଚଳରେ ଘଟିଥିବା କୁହାଯାଇଛି । ସୂଚନା ମୁତାବକ ଚାନ୍ଦିବାଲୀ ଅଞ୍ଚଳରେ ନାଳ ଠିକରେ ସଫା ନହେବା କାରଣରୁ ଲୋକମାନଙ୍କ ଘରେ ନାଳ ପାଣି ପଶୁଥିବା ନେଇ ବାରମ୍ବାର ବିଧାୟକ ଦିଲ୍ଲୀପ ଲାଣ୍ଡିଙ୍କ ଠାରେ ଅଭିଯୋଗ କରୁଥିଲେ । ବାରମ୍ବାର ଅଭିଯୋଗ ପାଇବା ପରେ ବିଧାୟକ ମହୋଦୟ ଗତକାଲି ତାଙ୍କ ଅନୁଗତଙ୍କୁ ସାଙ୍ଗରେ ଧରି ଘଟଣା ସ୍ଥଳରେ ପହଂଚିଥିଲେ । ବିଧାୟକ ତାଙ୍କ କାର‌୍ୟ୍ୟକର୍ତ୍ତାଙ୍କ ସହ ସଫେଇ କରିବା ସହ ସେଠାରେ ସେ ଠିକାଦାରଙ୍କୁ ଡକାଇ ଥିଲେ । ଠିକାଦାରଙ୍କୁ କାମ କାହିଁକି ଠିକରେ ହୋଇନାହିଁ ବୋଲି ପଚାରିଥିଲେ । ହେଲେ ଠିକାଦାର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ନାଳ ନିକଟରେ ବସାଇ ତାଙ୍କ ଉପରେ ନାଳରୁ ବାହାରିଥିବା ଅବର୍ଜନା କୁଢାଇ ଦେଇଥିଲେ ।