Odia News Portal

ଶାଶୂଘରେ ରହିବା ବୋହୂର ଅଧିକାର

ନୂଆଦିଲ୍ଲୀ()  ଗୁରୁବାର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଘରୋଇ ହିଂସା ଅଧିନିୟମ ଅଧିନରେ ବୋହୂକୁ ନିଜ ସ୍ବାମୀଙ୍କ ପିତା-ମାତାଙ୍କ ଘରେ ରହିବାର ଅଧିକାର ଅଛି। ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧକ୍ଷତାରେ ୩ ଜଣିଆ ଖଣ୍ଡପୀଠ ତରୁଣ ବାତ୍ରାଙ୍କ ମାମଲାରେ ଏଭଳି ରାୟ ଶୁଣାଇଛନ୍ତି।

ପୂର୍ବରୁ ତରୁଣ ବାତ୍ରାଙ୍କ ମାମଲାରେ ଦୁଇ ଜଣିଆ ଖଣ୍ଡପୀଠ କହିଥିଲେ, ନିଜ ସ୍ବାମୀଙ୍କ ବାପା-ମାଙ୍କ ସ୍ବାମୀତ୍ବରେ ଥିବା ସମ୍ପତିରେ ଭାଗ ନେଇପାରିବେନି ବୋହୂ। କିନ୍ତୁ ଗୁରୁବାର ଏହି ମାମଲାରେ ୩ ଜଣିଆ ଖଣ୍ଡପୀଠ ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ସହ ୬-୭ ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି। କେବଳ ସ୍ବାମୀଙ୍କ ସମ୍ପତ୍ତିର ନୁହେଁ ବରଂ ଶାଶୁ-ଶ୍ବଶୁରଙ୍କ ଘରର ଅଧିକାର ଝିଅ ଭଳି ବୋହୂକୁ ମଧ୍ୟ ମିଳିବ ବୋଲି ଖଣ୍ଡପୀଠ ରାୟ ଶୁଣାଇଛନ୍ତି।