Odia News Portal

ଖାରଜ ହେଲା ନିରବ ମୋଦିଙ୍କ ଜାମିନ ଆବେଦନ

ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟରେ ହୋଇଥିବା ଶୁଣାଣିରେ ନୀରବଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ମାଜିଷ୍ଟ୍ରେଟ । ଏହାସହ ନିରବ ଭାରତକୁ ପ୍ରତ୍ୟର୍ପଣ ହେବାର ଆଶା ଉଜ୍ୱଳ ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୬ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ସ୍ଥିର ହୋଇଛି। ଶୁଣାଣି ବେଳେ ନିରବ ଆଦୌ ସହଯୋଗ କରିନଥିଲେ । ନିରବ ଜଣେ ସାକ୍ଷୀଙ୍କୁ ହତ୍ୟା ଧମକ ଦେବା ଓ ଅନ୍ୟ ଜଣଙ୍କୁ ଲାଞ୍ଚ ଦେବା ନେଇ ଭାରତ ପକ୍ଷରୁ ଲଢୁଥିବା ଓକିଲ କୋର୍ଟଙ୍କୁ ଜଣାଇଥିଲେ । ଏହା ସହ ତାଙ୍କ ଜାମିନ ଆବେଦନ ଖାରଜ କରିବାକୁ ନିବେଦନ କରିଥିଲେ । ଶୁଣାଣିରେ ପକ୍ଷ ରଖିବା ପାଇଁ ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ ।

୧୩ ହଜାର ୫ଶହ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ପରେ ଦେଶ ଛାଡ଼ି ଲଣ୍ଡନ ପଳାଇଥିଲେ ନିରବ ମୋଦି । ତାଙ୍କ ବିରୋଧରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛନ୍ତି ।