Odia News Portal

ଛକାପଂଝାରେ କ୍ଷତି

ଭୁବନେଶ୍ବର () : ଆୟୁଷ୍ମାନ ବନାମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ। ଯୋଜନାକୁ ନେଇ ଚାଲିଛି ବାକଯୁଦ୍ଧ। ନିକଟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ସଫଳତା କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏହାକୁ ନେଇ ବିଜ୍ଞାପନ ମଧ୍ୟ ସରକାର ଦେଇଥିଲେ। ପ୍ରାୟ କୋଟିଏରୁ ଅଧିକ ରୋଗୀ ଯୋଜନାରୁ ଉପକୃତ ହେଲେଣି ବୋଲି କୁହାଯାଇଥିଲା। ହେଲେ ଏହାକୁ କିନ୍ତୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋସିଆଲ ମେଡିଆରେ ଏନେଇ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି ରାଜ୍ୟ ସରକାର ହେଉଛନ୍ତି ମିଛୁଆ ରାଧୁଆ ସରକାର। ଯୋଜନାକୁ ନେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ୨୦୧୭-୧୮ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି ସରକାରୀ ଡାକ୍ତରଖାନାରେ୧ କୋଟି ଲୋକ ଚିକିତ୍ସା ହେଇପାରୁ ନାହାନ୍ତି। ହେଲେ ଅଗଷ୍ଟ ୧୫ରେ ଶୁଭରମ୍ଭ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୨ ମାସରେ କିପରି ୧ କୋଟି ରୋଗୀ ଚିକିତ୍ସିତ ହେଲେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।
କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶ୍ନର ଜବାବ ଦେଇ ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଜୁମଲା ସରକାର ଯୋଜନାକୁ ନେଇ ଇର୍ଷାନ୍ବିତ ହୋଇପଡ଼ିଛି। ରାଜ୍ୟବାସୀ ଅଧିକ ସୁବିଧା ସୁଯୋଗ ପାଆନ୍ତୁ ତା ବୋଧହୁଏ କେନ୍ଦ୍ରମନ୍ତ୍ରୀ ଚାହୁଁ ନାହାନ୍ତି। ମୁଖ୍ୟମନ୍ତ୍ରୀ ଯାହା ଘୋଷଣା କରିଛନ୍ତି ତା ଉପରେ ଟିପ୍ପଣୀ ରଖିବା ଠିକ ନୁହେଁ। ରାଜ୍ୟରେ ଯୋଜନା ଶୁଭାରମ୍ଭ ହେବା ପରଠୁ ଏଯାବତ ୧ କୋଟି ମାମଲା ବିଭିନ୍ନ ଚିକିତ୍ସାଳୟରେ ଆସିଛି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଯୋଜନାରେ ୪ ହଜାର ୩୬ ଚିକିତ୍ସା ଦେବୁ ବୋଲି ସରକାର କହୁଛନ୍ତି ତେବେ ଏହାର ତାଲିକାଟି ୱେବସାଇଟରେ କାହିଁକି ଦେଉନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଓଡିଶାର ୩୦ ଭାଗ ଲୋକ ବାହାରକୁ କାମ କରିବାକୁ ଯାଉଛନ୍ତି । ୧୭ଟି ହସପିଟାଲ ସହ ରାଜ୍ୟ ସରକାର ଅନୁବନ୍ଧିତ କରିଥିହା କଥା କହୁଛନ୍ତି । ଜାମ୍ମୁକାଶ୍ମୀର, କଲିକତା ଓ ସୁରଟରେ ଥିବା ଲୋକ କିପରି ସ୍ବାସ୍ଥ୍ୟ ସେବା ପାଇବେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।