Odia News Portal

ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ବିଧାନସଭାରେ ବିବାଦ

ଭୁବନେଶ୍ବର()   ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ ନେଇ ବିଧାନସଭାରେ ବିବାଦ ବଢିବାରେ ଲାଗିଛି । କଂଗ୍ରେସ ବାରମ୍ବାର ଅଶ୍ୱିନୀଙ୍କୁ ନେଇ ବିଜେପି- ବିଜେଡି ଭିତିରିଆ ବୁଝାମଣା କଥା ଉଠାଉଛି ।

ସେପଟେ ଅଶ୍ୱିନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ ।ଶାହା କମିଶନଙ୍କ ରିପୋର୍ଟ ଅନୁଯାୟୀ ଅଶ୍ବିନୀ ବୈଷ୍ଣବଙ୍କ ନାଁରେ ଖଣି ଦୁର୍ନୀତି ଅଭିଯୋଗ ଅଛି । ତେଣୁ କାହା ସ୍ବାର୍ଥରେ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଛି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ଜଣେ ଅଣ ଓଡିଆଙ୍କୁ ରାଜ୍ୟସଭା ପଠାଇବା ପାଇଁ କେଉଁ ପରିସ୍ଥିତି ବାଧ୍ୟ କଲା ଏନେଇ ଗୃହରେ ଉତ୍ତର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ନରସିଂହ କହିଥିଲେ ।
ସଂଖ୍ୟା ଥାଇ ବି ବିଜେଡ଼ି ବିଜେପି ଲୋକସଭା ପ୍ରାର୍ଥୀକୁ ସମର୍ଥନ ପଛର କାରଣ କ’ଣ ? ବିଜେପି ଗୋଟିଏ ଆସନ ଲାଭରେ ରହିଲେ ବିଜେଡ଼ିକୁ କି ଫାଇଦା ମିଳିବ ? ବିଜେପି ଓ ବିଜେଡି ମଧ୍ୟରେ ଡିଲ ହୋଇଥିବା ପୁଣି ଥରେ ଉଠାଇଛି କଂଗ୍ରେସ ।

ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜେଡି-ବିଜେପି ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଖଣି ଦୁର୍ନୀତି ସହ ତାଙ୍କ ନାଁରେ ଭିଜିଲାନ୍ସ କେସ୍ ଥିବା ଅଭିଯୋଗ ଆଣିଛନ୍ତି ।

ସେପଟେ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି ଯେ, ଘଟଣାରେ କିଛି ସତ୍ୟତା ନାହିଁ । ଘଟଣାର ତଦନ୍ତ କଂଗ୍ରେସ କରୁ । ନିର୍ବାଚନ ସରିଲେ ମୁହଁ ଖୋଲିବେ ବୋଲି ସେ କହିଛନ୍ତି ।