Odia News Portal

ସମ୍ବିତ ଓ ଅପରାଜିତା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା

ନୂଆଦିଲ୍ଲୀ()  ବିଜେପି କେନ୍ଦ୍ରୀୟ ଟିମର ଆଜି ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା ହୋଇଛି । ଏହାକୁ ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା । ନୂଆ ଟିମରେ ୧୨ ଉପସଭାପତି ଓ ୮ ଜଣ ସାଧାରଣ ସମ୍ପାଦକ ରହିବେ । ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ । ସାଂସଦ ଅପରାଜିତା ଷଡଙ୍ଗୀ ଓ ସମ୍ବିତ ପାତ୍ର ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା । ପୂର୍ବଭଳି ଉପାଧ୍ୟକ୍ଷ ପଦରେ ରହିଛନ୍ତି ବୈଜୟନ୍ତ ପଣ୍ଡା ।ଏହା ସହ ଟିମରେ ସାମିଲ ଥିବା ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସି , ବୈଜୟନ୍ତ ପଣ୍ଡା, ରଘୁବର ଦାସ, ମୁକୁଲ ରାୟ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀବେନ୍ ସିୟାଲ, ଡିକେ ଅରୁଣ, ଏମ ଚୌବେ ଏଓ. ଅବଦୁଲ୍ଲା କୁଟ୍ଟିଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।