Odia News Portal

ଦଳୀୟ ପ୍ରାର୍ଥୀଙ୍କ ପାଇଁ ସାଇକେଲରେ ବୁଲିଲେ ଏଲିନା

ବାଲେଶ୍ବର ଗଳିରେ ସାଇକେଲରେ ବୁଲି ପ୍ରଚାର କରୁଛନ୍ତି ବିଜୁ ଯୁବ ଜନତା ଦଳ ମହାସଚିବ ଏଲିନା । ଆସନ୍ତା ୩ ତାରିଖରେ ଭୋଟ ଗ୍ରହଣ ଥିବା ବେଳେ ପ୍ରଚାର ମଇଦାନକୁ ବହୁ ବଡ଼ ବଡ଼ ନେତା ଓ ଅଭିନେତା ଓହ୍ଲାଇଛନ୍ତି । ଏମିତି କି ଆଜି ବିଜେଡି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ବାଲେଶ୍ୱରବାସୀଙ୍କୁ ସମ୍ବୋଧନ କରିବା ସହ ଦଳର ପ୍ରାର୍ଥୀ ସ୍ୱରୂପ ଦାସ ଙ୍କ ପାଇଁ ପ୍ରଚାର କରିଛନ୍ତି ।

ସୂଚନାଯୋଗ୍ୟ, ବାଲେଶ୍ବର ପାଇଁ ବିଜେଡି ତରଫରୁ ସ୍ବରୂପ ଦାସ ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ମାନସ ଦତ୍ତ । ସେହିପରି କଂଗ୍ରେସ ତରଫରୁ ମମତା କୁଣ୍ଡୁ ଏହି ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ଉଭୟ ଦଳଙ୍କ ତରଫରୁ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଶୋଭାଯାତ୍ରା ସମାବେଶ ଓ ପ୍ରଚାର ଖୁବ୍ ଜୋରସୋରରେ ଚାଲିଛି ।