Odia News Portal

୮ ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ() ରାଜ୍ୟସଭାରେ ହଙ୍ଗାମା ପ୍ରସଙ୍ଗରେ ୮ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ବିଶୃଙ୍ଖଳା ଆଚରଣ ଯୋଗୁଁ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି ସାଂସଦ । ରାଜ୍ୟସଭାରେ ହଙ୍ଗାମା ପାଇଁ ବିରୋଧୀଙ୍କ ବିରୋଧରେ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ । କୃଷି ବିଲ ଆଲୋଚନାରେ ହଙ୍ଗାମା କରିଥିବା ୮ ସାଂସଦ ଡେରିକ ଓ’ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରପୁନ ବୋରା, ଡୋଲା ସେନ, ସୟଦ ନାଜିର ହୁସେନ, ଏଲାମରନ କରିମଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।

ତେବେ ଗତକାଲି ହଟ୍ଟଗୋଳ ସମୟର ଭିଡିଓ ଫୁଟେଜ ଯାଞ୍ଚ ହୋଇଥିଲା  । ରାଜ୍ୟସଭାର ମତ ଲୋଡ଼ି ୮ ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ବିତ କରିଛନ୍ତି ଅଧ୍ୟକ୍ଷ ଭେଙ୍କୟା ନାଇଡୁ  ।