Odia News Portal

ଦ୍ରାବିଡ଼ଙ୍କୁ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଆସନ୍ତା ମାସରେ ଶ୍ରୀଲଙ୍କା ଗସ୍ତରେ ଯିବାକୁ ଥିବା ଟିମ୍ ଇଣ୍ଡିଆର କୋଚ ଭାବେ କାର୍ଯ୍ୟ କରିବେ ରାହୁଲ ଦ୍ରାବିଡ଼ । ଏନେଇ ସ୍ପଷ୍ଠ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ତେବେ ଦ୍ରାବିଡ ଯୁବ ଟିମକୁ ନେଇ କେତେ ସଫଳ ହେଉଛନ୍ତି ତାଉପରେ ରହିଛି ସମସ୍ତଙ୍କ ନଜର ।

ଜୁଲାଇ ୧୩ରୁ ଶ୍ରୀଲାଙ୍କାରେ ଭାରତ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଏହି ଗସ୍ତରେ ଶିଖର ଧାୱନଙ୍କୁ ଅଧିନାୟକ ପଦ ଦିଆଯାଇଥିବା ବେଳେ ଦ୍ରୃତବୋଲର ଭୁବନେଶ୍ୱର କୁମାରଙ୍କୁ ଉପଅଧିନାୟକ ପଦ ଦିଆଯାଇଛି । ଦଳରେ ବହୁ ଯୁବ ଖେଳାଳୀଙ୍କୁ ସ୍ଥାନ ଦିଆଯାଇଛି । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଏହି ଦଳର କୋଚ ଭାବେ ରାହୁଲ ଦ୍ରାବିଡ ମନୋନିତ ହେବା ପରେ ଖେଳାଳୀଙ୍କ ଖୁସି ଦ୍ୱିଗୁଣିତ ହୋଇଯାଇଛି । ରାହୁଲ ଅଣ୍ଡର ୧୯ ଦଳର କୋଚ ଭାବେ କାର୍ଯ୍ୟ କରୁଛନ୍ତି । ଭଲ ଯୁବ ଖୋଳୀଙ୍କ ପ୍ରଶିକ୍ଷକ ଭାବେ ତାଙ୍କୁ ମନା ଯାଉଛି । ନୂଆ ଖେଳାଳୀ ଗଢ଼ିବାରେ ମାହିର ଥିବା ଦ୍ରାବିଡ ଓ ଧାୱନଙ୍କ ଯୋଡ଼ି ଶ୍ରୀଲଙ୍କାରେ ଚମକିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।