Odia News Portal

ହୃଦଘାତରେ ପାଣ୍ଡ୍ୟା ବ୍ରଦର୍ସଙ୍କ ପିତାଙ୍କ ନିଧନ

ନୂଆଦିଲ୍ଲୀ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କୁନାଲ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କର ଶନିବାର ଦିନ ଦେହାନ୍ତ ହୋଇଛି। ହୃଦଘାତ କାରଣରୁ ଶନିବାର ସକାଳୁ ତାଙ୍କର ଦେହାନ୍ତ ହୋଇଛି। ସଚିନ ତେନ୍ଦୁଲକର ହିମାଂଶୁ ପାଣ୍ଡ୍ୟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ପାଣ୍ଡ୍ୟା ବ୍ରଦର୍ସଙ୍କୁ ସମବେଦନା ଜଣାଇଛନ୍ତି। ସଚିନ ଲେଖିଛନ୍ତି. “ହାର୍ଦ୍ଦିକ ପାଣ୍ଡ୍ୟା ଓ କୁନାଲ ପାଣ୍ଡ୍ୟାଙ୍କ ପିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ମୋ ସମବେଦନା ପାଣ୍ଡ୍ୟା ପରିବାର ସହ ରହିଛି। ଏହିଭଳି କଷ୍ଟକର ସମୟର ସାମ୍ନା କରିବାକୁ ପାଣ୍ଡ୍ୟା ବ୍ରଦର୍ସଙ୍କୁ ସାହସ ମିଳୁ” |

ସୂଚନାନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁନାଲ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କର ହଠାତ ହୃଦଘାତରେ ଦେହାନ୍ତ ହୋଇ ଯାଇଛି । ପାଣ୍ଡ୍ୟା ବ୍ରଦର୍ସ କ୍ରିକେଟରେ ନିଜର ସଫଳତାର ଶ୍ରେୟ ପିତାଙ୍କୁ ଦେଇଥାନ୍ତି। ପିତାଙ୍କ ନିଧନ ଖବର ଶୁଣି ପାଣ୍ଡ୍ୟା ବ୍ରଦର୍ସ ମୁସ୍ତାକ ଅଲ୍ଲୀ ଟି୨୦ରୁ ନିଜ ନାମ ହଟାଇ ଦେଇଛନ୍ତି। କୁନାଲ ପାଣ୍ଡ୍ୟା ସୈୟଦ ମୁସ୍ତାକ ଅଲି ଟୁର୍ଣ୍ଣାମେଣ୍ଟରେ ବରୋଦରାର ଅଧିନାୟକତ୍ୱ କରୁଥିଲେ। ତାଙ୍କୁ ୩ଟି ମ୍ୟାଚ୍ ଖେଳିବାକୁ ମନୋନୀତ କରାଯାଇଥିଲା ।