Odia News Portal

ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ନୂଆନ ଦୋଷୀ ସାବ୍ୟସ୍ତ

ଦୁବାଇ() ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ବୋଲର ନୂଆନ ଜୟସା ଆଇସିସି ଦ୍ୱାରା ଦୋଷୀସା ବ୍ୟସ୍ତ ହୋଇଛନ୍ତି । ଫିକ୍ସିଂ ଅଭିଯୋଗ ଆସିବା ପରେ ତାଙ୍କୁ ବାସନ୍ଦ କରାଯାଇଥିଲା । ମାମଲା ବିଚାରଧୀନ ରହିଥିଲା । ଆଇସିସିର ଏକ ସ୍ୱାଧୀନ ନ୍ୟାୟାଧିକରଣ ମାମଲାର ଶୁଣାଣି କରି ନୂଆନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

୨୦୧୮ ମସିହା ୟୁଏଇରେ ଖେଳାଯାଇଥିବା ଟି-ଟ୍ୱେଣ୍ଟି ଲିଗରେ ନୂଆନଙ୍କ ନାମରେ ଏହି ଅଭିଯୋଗ ଆସିଥିଲା । ୨୦୧୯ ମେ’ ମାସରେ ତାଙ୍କୁ ଏଥିପାଇଁ ବାସନ୍ଦ କରାଯାଇଥିଲା । ସେ ଆଇସିସି ଦୁର୍ନୀତି ନିବାରଣ କୋଡ୍‌ର ଏକାଧିକ ଧାରାକୁ ଉଲ୍ଲଂଘନ କରିଛନ୍ତି ।