Odia News Portal

ଦିଲ୍ଲୀରେ ମ୍ୟାଚ୍ ହେବ : ଗାଙ୍ଗୁଲି

ନୂଆଦିଲ୍ଲୀ() ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ରବିବାର ନଭେମ୍ବର ୩ ତାରିଖରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଏହି ଟି-୨୦ ମ୍ୟାଚ୍ ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣସ୍ତରର ମାତ୍ରା ବଢିବାରେ ଲାଗିଛି, ଯାହାକି ବହୁତ କ୍ଷତିକାରକ ।

ରାଜଧାନୀରେ ଦୀପାବଳି ପରେ ବାୟୁ ଅଧିକ ପ୍ରଦୁଷିତ ହୋଇପଡିଛି । ତେବେ ମାରାତ୍ମକ ବାୟୁ ପ୍ରଦୁଷଣ ସତ୍ତ୍ ଦିଲ୍ଲୀ ଟି-୨୦ ମ୍ୟାଚ୍ ନିର୍ଦ୍ଧାରିତ ସମୟ ଅନୁସାରେ ଆୟୋଜିତ ହେବ । ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏ ନେଇ ସ୍ପଷ୍ଟ ମଧ୍ୟ କରିଛନ୍ତି । ଗାଙ୍ଗୁଲି କହିଛନ୍ତି, ଆମେ ପୂର୍ବ ନିର୍ଦ୍ଧାରିତ ଯୋଜନା ସହ ଆଗକୁ ବଢିବୁ । ତେଣୁ ଏଥିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ ।

ଏହା ପୂର୍ବରୁ ଦିଲ୍ଲୀର ପ୍ରଦୁଷଣକୁ ନେଇ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ନିଜ ମନ୍ତବ୍ୟ ଦେଇଥିଲେ । ଗମ୍ଭୀର କହିଥିଲେ, ଦିଲ୍ଲୀ ବାସିନ୍ଦାଙ୍କ ପାଇଁ କ୍ରିକେଟ୍ ମ୍ୟାଚ୍ ଅ ।ୟୋଜନ କରିବାଠାରୁ ବଡ଼ÿ ସମସ୍ୟା ହେଉଛି ବାୟୁ ପ୍ରଦୂଷଣ । ପ୍ରଦୁଷଣର ଏହି ସ୍ତର ନା କେବଳ ଖେଳାଳିଙ୍କ ପାଇଁ ବରଂ ଜଣେ ସାଧାରଣ ଲୋକଙ୍କ ପାଇଁ ବହୁତ କ୍ଷତିକାରକ । ଏହା ତୁଳନାରେ ମ୍ୟାଚ୍ ବହୁତ ଛୋଟ କଥାୟ ତେଣୁ ଏଠାରେ ମ୍ୟାଚ୍ କରାଯିବା ଦରକାର କି ନାହିଁ, ତାହା ଦିଲ୍ଲୀ ବାସିନ୍ଦା ଭଲ ଭାବେ ଅବଗତ ଅଛନ୍ତି ।