Odia News Portal

କଟକ ସଦର ବିଧାୟକ ବାଣ୍ଟିଲେ ‘ସ୍ମାର୍ଟ କାର୍ଡ’,ଉପକୃତ ହେବେ ହିତାଧିକାରୀ

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡର ଶୁଭାରମ୍ଭ । କଟକ କିଲ୍ଲା ପଡିଆରେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନାର ଶୁଭାରମ୍ଭ କରିଥିଲେ । ଏବେ ଜିଲ୍ଲାର ସାଲେପୁରରେ କାର୍ଡ ବଣ୍ଟନ କରିଛନ୍ତି ବିଧାୟକ ଚନ୍ଦ୍ରସାରଥୀ ବେହେରା ।
କଟକସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଚନ୍ଦ୍ରସାରଥୀ ବେହେରା ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ ହିତାଧିକାରୀମାନଙ୍କୁ ବଣ୍ଟନ କରିଛନ୍ତି। ଏହାକୁ ନେଇ ସେ କହିଛନ୍ତି ଯେ, ଗରିବ ଜନ ସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟସ୍ମାର୍ଟ କାର୍ଡ ଯୋଜନା ସଂଜୀବନୀ ସଦୃଶ୍ୟ ଅଟେ।
ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବ୍ଲକ ସଭାପତି ପ୍ରମୋଦ ମହାପାତ୍ର, ସଦର ବ୍ଲକ ଉପାଧ୍ୟକ୍ଷ ବିଭୁତି ପରିଡା, କଟକ ସଦର ବିଡିଓ ଉପସ୍ଥିତ ରହିଥିଲେ।