Odia News Portal

ବରମୁଣ୍ଡା ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା

ଭୁବନେଶ୍ୱର() ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ୍ ଉପରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଛି ମାଲ ବୋଝେଇ ଟ୍ରକ। ଦୁର୍ଘଟଣା ପରେ କ୍ୟାବିନ ଭିତରେ ଚାପି ହୋଇଯାଇଛନ୍ତି ଡ୍ରାଇଭର। ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ତେବେ ଡ୍ରାଇଭର ଜଣକ ଫସିଯାଇଥିବାରୁ ତାଙ୍କୁ ସହଜରେ ଉଦ୍ଧାର କରିବା ସମ୍ଭବ ହୋଇପାରୁନି। ତେଣୁ ଟ୍ରକର ଝରକା କଟାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁସାରେ ବିଶାଖାପାଟଣାରୁ ଗୋଟିଏ କମ୍ପାନୀର ୧୧ଟି ଗାଡି ବଣେଇ ଅଭିମୁଖେ ଯାଉଥିଲା।କିନ୍ତୁ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଗୋଟିଏ କଲମ୍ ଲୁହା ଟ୍ରକ୍ ଖରାପ ହୋଇଯିବାରୁ ସେଠାରେ ଅଟକି ରହିଥିଲା। କିନ୍ତୁ ପଛରୁ ଆସୁଥିବା ସେହି କମ୍ପାନୀର ଏକ କୋଇଲା ବୋଝେଇ ଟ୍ରକ୍ ଟ୍ରେଲରକୁ ପିଟିଥିଲା।