Odia News Portal

ଅନ୍ତିମ ସଂସ୍କାର ପାଇଁ ୭୫୦୦

ଭୁବନେଶ୍ୱର() ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ଅନ୍ତିମ ସଂସ୍କାର ପାଇଁ ୭୫୦୦ଟଙ୍କା ମିଳିବ । ଅନ୍ତିମସଂସ୍କାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଏହି ଅର୍ଥ ଖର୍ଚ୍ଚ ହେବ । ଗୋଟିଏ ମୃତଦେହ ପିଛା ୭୫୦୦ ଟଙ୍କା ଖର୍ଚ୍ଚ ହେବ ।

ରାଜ୍ୟରେ ଏବେ ଯାଏଁ କରୋନାରେ ୯୭ ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୧୧୦ ଥିବାବେଳେ ୧୨ ହଜାର ୪୫୩ ଜଣ ସୁସ୍ଥ ହେଲେଣି । ଏବେ ରାଜ୍ୟରେ ୫ ହଜାର ୫୩୨ଟି ସକ୍ରିୟ ସଂକ୍ରମତ ମାମଲା ରହିଛି ।