Odia News Portal

ନାଲ୍‌କୋ ସିଏସ୍‌ଆର୍‌ ଫଣ୍ଡରୁ ଆମ୍ବୁଲାନ୍ସ ପ୍ରଦାନ

ଅନୁଗୋଳ: ଅନୁଗୋଳସ୍ଥିତ ନାଲ୍‌କୋ ନବରନତ୍ କମ୍ପାନୀ ପକ୍ଷରୁ ସିଏସ୍‌ଆର୍‌ ପାଣ୍ଠିରୁ ପାରିପାର୍ଶ୍ୱିକ ଗ୍ରାମବାସୀଙ୍କ ପାଇଁ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ନାଲ୍‌କୋର ଏସ୍‌ ଆଣ୍ଡ ପି କମ୍ପ୍ଲେକ୍ସରେ ନାଲକୋ ଇଡ଼ି ଆର୍‌.କେ ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତ୍ରିଲୋଚନ ପ୍ରଧାନ, ଜିଏମ୍‌ ଏମ୍‌ପି ମିଶ୍ର, ଏସ୍‌ଏନ୍‌ ସାହୁ, ସିଓଓ ସୁବାସ ରାୟ, ହେଲ୍ପଏଚ୍‌ ଇଣ୍ଡିଆର ଓଡ଼ିଶା ମୁଖ୍ୟ, ଭାରତୀ ଚକ୍ର, ଏସ୍‌ଏନ୍‌ସିଏସ୍‌ଆର୍‌ ରାଜାରାମ ମିଶ୍ରଙ୍କ ସହ ନାଲକୋ ଫାଉଣ୍ଡେଶନ ଓ ସିଏସ୍‌ଆର୍‌ ବିଭାଗର ଅଧିକାରୀମାନେ ଆମ୍ବୁଲାନ୍ସର ଶୁଭାରମ୍ଭ କରିଥିଲେ। ଏହି ଆମ୍ବୁଲାନ୍ସ ଅନୁଗୋଳ ସମେତ ବଅଁରପାଳ, ତାଳଚେର ଏବଂ ଛେଣ୍ଡିପଦାର ୪୪ଟି ପେରିଫେରି ଗ୍ରାମରେ ବୁଲି ୧ ଲକ୍ଷ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବ। ଏଥିରେ ସ୍ବତନ୍ତ୍ର ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫ ରହିବା ସହ ଲୋକଙ୍କ ପାଇଁ ମାଗଣା ଔଷଧ ବ୍ୟବସ୍ଥା କରାଯାଇଛି।