Odia News Portal

ରାଜ୍ୟରେ କାର୍ଯ୍ୟକାରୀ ହେବ ଇ-ବିଧାନସଭା

ଭୁବନେଶ୍ୱର()   ଓଡ଼ିଶାରେ କାର୍ଯ୍ୟକାରୀ ହେବ ଇ-ବିଧାନସଭା । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି ।

ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ, ଶୀତ ଅଧିବେଶ ପରେ ଇ-ବିଧାନସଭା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।   ସମସ୍ତ ଭିତ୍ତିଭୂମି କାମ ସରିଛି । ଏନେଇ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି ।  ୬୦:୪୦ ଅନୁପାତରେ କେନ୍ଦ୍ର ସରକାର ଅନୁଦାନ ମଧ୍ୟ ପ୍ରଦାନ କରିବେ ।  ପ୍ରାଥମିକଭାବେ କେନ୍ଦ୍ର ୨୦ ପ୍ରତିଶତ ଅର୍ଥ ପ୍ରଦାନ କରିଛି ।

ବିଧାନସଭାର କର୍ମଚାରୀ  ଓ ବିଧାୟକମାନଙ୍କୁ କମ୍ପୁ୍ୟଟର ଦିଆଯାଇଛି ।  ବିଧାନସଭାକୁ ପେପରଲେସ  କରିବା ପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।