Odia News Portal

ବାହୁଡା ଯାତ୍ରାର ସିଧା ପ୍ରସାରଣ ଦେଖନ୍ତୁ ଗୋଟିଏ ଟଚରେ …

ପୁରୀ : ଆସନ୍ତାକାଲି ବାହୁଡ଼ା । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିନା ଭକ୍ତରେ ରଥ ଟଣାଯିବ । ଶୃଙ୍ଖଳା ରକ୍ଷା ପାଇଁ ଆଜି ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା ସଟଡାଉନ୍ ରହିବ ପୁରୀ ।  ସେହିପରି ବାହୁଡା଼ ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସବୁ ବିଭାଗ ପ୍ରସ୍ତୁତ ଅଛନ୍ତି ।ତେବେ ପୁରୀରୁ ଏହି ବାହୁଡାଯାତ୍ରାର ସିଧା ପ୍ରସାରଣ ଏହି ଲିଙ୍କ ମାଧ୍ୟମରେ ଦେଖିପାରିବେ ।

https://youtu.be/SrLPCo7-rHA

ସବୁ ଲାଇନ ବିଭାଗ ପ୍ରସ୍ତୁତ ଅଛି । ଖରାର ପ୍ରକୋପରୁ ବଡଦାଣ୍ଡ ଥଣ୍ଡା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ । ବଡଦାଣ୍ଡରେ ପାଣି ସିଞ୍ଚନ ହେବ ।
ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟ ପାନୀୟଜଳ ଯୋଗାଇବ । ସବୁ ସେବାୟତଙ୍କ କୋଭିଡ ଟେଷ୍ଟ ଶେଷ ହୋଇଛି । ସବୁ ସେବାୟତଙ୍କ ନେଗେଟିଭ ଅଛନ୍ତି । ପାନୀୟ ଜଳ ବ୍ୟବସ୍ଥା ହୋଇଛି । ବଡଦାଣ୍ଡରେ ଭଜନର ନିଷ୍ପତି ହୋଇଛି । ବଡଦାଣ୍ଡରେ ସବୁଠି ଭଜନ ବାଜିବ । ଶ୍ରୀଗୁଣ୍ଡିଚା ମନ୍ଦିର, ରଥ ଓ ଶ୍ରୀମନ୍ଦିରରେ ଫୁଲ ସଜା ହେବ । ଏପର୍ଯ୍ୟନ୍ତ ନୀତି ସୁରୁଖୁରୁରେ ଚାଲିଛି । ଏ ଗୁରୁଦାୟିତ୍ୱ ଭଲ ଭାବରେ ତୁଲାଇଛନ୍ତି ସେବାୟତ । ବାହୁଡା଼କୁ ଶୃଙ୍ଖଳିତ କରାଯିବ ।ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।