Odia News Portal

ଉଜ୍ଜଳା ସାନିଟାରୀ ନପକିନର ଶୁଭ ଉଦ୍ଧଘାଟନ

ଭୁବନେଶ୍ବର: ଆଇ.ଅର.ସି ଭିଲେଜ ସାଲିଆସହି ଅନ୍ତର୍ଗତ ବିର୍ଷାମୁଣ୍ଡା କ୍ଲବ ଠାରେ ସ୍ଥାନୀୟ ସି.ଏସ.ସି ଶ୍ରୀମତୀ ମୋନାଲିସ ପ୍ରଧାନ ଙ୍କ ନେତୃତ୍ୱ ରେ ଉଜ୍ଜଳା ସାନିଟାରୀ ନପକୀନ ର ଶୁଭ ଉଧଘାଟନ ହୋଇଯାଇଅଛି । ଏହି ଉଦ୍ଧାଘାଟନ ଉତ୍ସବ ରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଯୋନ ର ବିଜେପି ସଭାନେତ୍ରୀ ଶ୍ରୀମତୀ ମାନସୀ ମଞ୍ଜରୀ ରାଏ , ଏନ.ଆଇ.ସି.ଏସ. ଷ୍ଟେଟ ମୁକ୍ଷ୍ୟ ଶ୍ରୀ ବିବେକାନନ୍ଦ ବାରିକ, ଏବଂ ଏସ.ଡି.ପି.ଓ. ଖୋର୍ଦ୍ଧା ରାହୁଲ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ସାନିଟାରୀ ନାପକୀନ ର ଉପଯୋଗ ଏବଂ ଉପକାରିତା ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇବା ସହ ବ୍ୟବହାର କରିବାକୁ ଶପଥ ପାଠ କରାଇ ଥିଲେ ।

ଏହି ଉତ୍ସବରେ ଉପସ୍ଥିତ ମହିଳା ମାନଙ୍କୁ ଶ୍ରୀମତୀ ରାଏ ଏବଂ ଉପସ୍ଥିତ ମଞ୍ଚାସିନ ବ୍ୟକ୍ତି ମାନେ ମହିଳା ମାନଙ୍କୁ ସାନିଟାରୀ ନାପକୀନ ବଣ୍ଟନ କରିଥିଲେ ।