Odia News Portal

ସମାନ୍ତରାଳ ଭାବେ ଚାଲିବ ଲକଡାଉନ କଟକଣା

ଭୁବନେଶ୍ୱର () ଭୁବନେଶ୍ୱରରେ ସମାନ୍ତରାଳ ଭାବେ ଚାଲିବ ଲକଡାଉନ କଟକଣା ଓ ଜୀବନଜୀବିକା । ଏଥିପାଇଁ ଲକଡାଉନ ନିୟମରେ କିଛିଟା କୋହଳ କରିଛି ଭୁବନେଶ୍ୱର ମହାନଗର ନିଗମ । କେବଳ ସପିଂ ମଲ କିମ୍ବା ମାକେର୍ଟ କମେ୍ପ୍ଲକକୁ ଛାଡି ଅନ୍ୟ ସବୁ ଷ୍ଟାଣ୍ଡ ଏଲୋନ ଦୋକାନ ଖୋଲିବ । ଦୋକାନ ଖୋଲିବାର ସମୟ ସକାଳ ୮ଟାରୁ ସନ୍ଧ୍ୟା ୬ଟା ।

ଗୋଟିଏ ବିଲ୍ଡିଂରେ ୫ରୁ ଅଧିକ ଦୋକାନ ରହିଲେ ତାକୁ ସପିଂ ମଲ ବା ମାକେର୍ଟ କମେ୍ପ୍ଲକ୍ସର ମାନ୍ୟତା ଦିଆଯାଇଛି । ତେଣୁ ସପିଂ ମଲ ଓ ମାକେର୍ଟ କମେ୍ପ୍ଲକ୍ସକୁ ଖୋଲିବାକୁ ଦିଆଯାଇନି ଅନୁମତି । ଫାଷ୍ଟଫୁଡ କି ଠେଲା ଖୋଲିବନି । ଖୋଲିବନି କୌଣସି ଜିମ, ସେଲୁନ କିମ୍ବା ମସାଜ ପାର୍ଲର । ତେବେ ଷ୍ଟାଣ୍ଡ ଏଲୋନ ବା ରେସିଡେନସିଆଲ କମେ୍ପ୍ଲକ୍ସରେ ଥିବା କପଡା ଦୋକାନ, ତେଜରାତି ଦୋକାନ, ହାର୍ଡୱେୟାର, ମୋବାଇଲ ମରାମତି, ଇଲେକେ୍ଟ୍ରାନିକ୍ସ, ଇଲେକ୍ଟ୍ରିକାଲ ଭଳି ଦୋକାନ ଖୋଲିବାରେ କୌଣସି ସମସ୍ୟା ନାହିଁ । ନିର୍ମାଣ କାମ ଚାଲିପାରିବ । କିନ୍ତୁ ସାଇଟ ଉପରେ ମୁଲିଆ ଥିଲେ କାମ କରିପାରିବେ । ବାହାରୁ ମୁଲିଆ ଆଣିପାରିବେ ନାହିଁ । ନିର୍ମାଣ ସାମଗ୍ରୀ ପରିବହନକୁ କଟକଣାମୁକ୍ତ କରାଯାଇଛି । ତେବେ ରାତିରେ ଏସବୁ ସାମଗ୍ରୀର ପରିବହନ କରିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର ।

ଅନୁମତି ପ୍ରାପ୍ତ ଦୋକାନରେ ୫ରୁ ଅଧିକ ଗ୍ରାହକ ଏକ ସମୟରେ ରହିପାରିବେ ନାହିଁ । ଯାହାଙ୍କୁ  ଥଣ୍ଡାର ଲକ୍ଷଣ ଥିବ ସେମାନଙ୍କ ବାବଦରେ ପ୍ରଶାସନକୁ ଜଣାଇବେ । ଦୋକାନରେ ହାତ ଧୋଇବା ଓ ସାନିଟାଇଜରର ବ୍ୟବସ୍ଥା କରାଯିବ । ମେଡିସିନ ଦୋକାନ ଭଳି ଅତ୍ୟାବଶ୍ୟକ ଦୋକାନକୁ ବାଦ ଦେଲେ ଅନ୍ୟ ସବୁ ଦୋକାନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ଦୋକାନୀଙ୍କ ପରିବହନ ପାଇଁ ସମ୍ପୃକ୍ତ ଦୋକାନର ଟେ୍ରଡ ଲାଇସେନ୍ସକୁ ପାସ ଭାବେ ଗ୍ରହଣ କରାଯିବ । ରେଷ୍ଟୁରାଣ୍ଟ ଓ ମିଠା ଦୋକାନ ଖୋଲିପାରିବ । କିନ୍ତୁ ବସି ଖାଇବାକୁ ଅନୁମତି ନାହିଁ । ହୋମ ଡେଲିଭରି କରିପାରିବେ । ଭୁବନେଶ୍ୱରରେ ସବୁ ଅଫିସକୁ ୩୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟକାରୀ କରିବାକୁ ଅନୁମତି ଦିଆଯାଇଛି । ଆଗ୍ରହୀ ଶିଳ୍ପାନୁଷ୍ଠାନ ମଧ୍ୟ ସୀମିତ ସଂଖ୍ୟକ କର୍ମଚାରୀରେ ଖୋଲିପାରିବେ । ସେଥିପାଇଁ ସେମାନେ ବିଏମସିରୁ ଅନୁମତି ନେବେ ।