Odia News Portal

ନିଜ ଅଳିଆ ନିଜେ ରଖ

ଭୁବନେଶ୍ୱର() ଆକ୍ସନ୍ ମୁଡରେ ଭୁବନେଶ୍ୱର ମହାନଗର ନିଗମ। ଭୁବନେଶ୍ୱର ବୋଇତାଳି ମନ୍ଦିର ସମ୍ମୁଖ ରଥ ରୋଡ୍ ଅଞ୍ଚଳରେ ନିର୍ମାଣଧୀନ କୋଠା ବାହାରେ ପ୍ରବଳ ଅଳିଆ ପଡ଼ି ରହିଥିଲା। ରାସ୍ତା ଉପରେ ଜମା ହୋଇ ରହିଥିବା ଏହି ଅଳିଆକୁ ସେହି ଘର ଭିତରକୁ ପୁଣି ଥରେ ଫୋପାଡ଼ିଛି ବିଏମସି। ଗୃହ ମାଲିକଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଯାଇ ତାଙ୍କ ଘର ଭିତର ହିଁ ରାସ୍ତା ବାହାର ଅଳିଆକୁ ପକାଯାଇଛି।ମାଲିକ ନିଜ ନିର୍ମାଣାଧୀନ ଘରର ଅଳିଆ ଆଣି ରାସ୍ତାରେ ଗଦାଇଥିଲେ । ଯାହାକୁ ଦେଖିବା ପରେ ବିଏମସି କମିଶନର୍ ପ୍ରେମଚାନ୍ଦ ଚୌଧୁରୀ ଏନେଇ ଖୋଦ୍ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ JCB ଲଗାଇ ଗଦା ହୋଇଥିବା ଅଳିଆକୁ ପୁଣି ଘରେ ପକାଯାଇଛି।