Odia News Portal

କଟକରେ ଧଳାଜହର କାରବାର : ଜଣେ ଗିରଫ

ସ୍ୱାଧିକାର ନ୍ୟୁଜ : କଟକରେ ଧଳାଜହର କାରବାର ବେଳେ ମାଡି ବସିଲା ପୁଲିସ । ଲାଲବାଗ ଅଂଚଳରୁ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । କାରବାରରେ ସମ୍ପୃକ୍ତି ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ । ଅଭିଯୁକ୍ତର ନାଁ ରାଜା ବସ୍ତିଆ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁରରୁ କଟକ ଆଣି ବ୍ରାଉନସୁଗାର ବେପାର କରୁଥିଲା ରାଜା । ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଜା ଉପରେ କଡା ନଜର ରଖିଥିବା ପୁଲିସ । ଆଜି ତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି । ଗଲା ବର୍ଷେ ଭିତରେ କଟକ ସହରରୁ ପ୍ରାୟ ୫ କିଗ୍ରା ବ୍ରାଉନସୁଗାର ଜବତ ହୋଇଥିବା କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।