Odia News Portal

ଚିନ୍ମୟୀଙ୍କୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: କରୋନା ମହାମାରୀ ଅନେକ ଲୋକଙ୍କୁ ଦେଇଛି ନୂଆ ଶିକ୍ଷା । କରୋନା ରୋଗୀଙ୍କୁ ଛୁଇଁବାକୁ ସାହାସ କରୁଥିବା ପରିବାର ଲୋକଙ୍କ ଲାଗି ଉଦାହରଣ ପାଲଟିଛନ୍ତି ଚିନ୍ମୟୀ ଦାସ । ଅନୁଗୁଳ ଅଞ୍ଚଳର ଏହି ମହିଳା ବର୍ଷେ ହେବ ଅଜଣା କରୋନା ରୋଗୀଙ୍କ ଶବ ସତ୍କାର କରୁଛନ୍ତି । ମଶାଣୀରେ ନିଜେ ଉପସ୍ଥିତ ରହି ଶବଦାହ କରୁଛନ୍ତି ସେ । ଚିନ୍ମୟୀଙ୍କ ଏଭଳି କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନିଜର ଟ୍ୱିଟର ପେଜରେ ଚନ୍ମୟୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ପରେ ଚିନ୍ମୟୀ କହିଛନ୍ତି କି ମୋ ଉତ୍ସାହ ଆହୁରି ବଢ଼ିଯାଇଛି । କାରଣ ମୋତେ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । ତେବେ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ୱେଚ୍ଛାସେବୀ କାମ ଜାରି ରଖିବେ ବୋଲି କହିଛନ୍ତି ଚିନ୍ମୟୀ ।