Odia News Portal

୧୯୫ ଭେଣ୍ଟିଲେଟରରୁ ରାଜଧାନୀରେ ୧୦୨ଟି ଖାଲି

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ରୋଗୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ ଆଇସିୟୁ ଓ କୌଣସି ବ୍ୟବସ୍ଥା ପାଇଁ ଅସୁବିଧା ନାହିଁ । ଏହାରି ମଧ୍ୟରେ ଖାଲିଥିବା ବେଡ଼୍ ଓ ଆଇସିୟୁ ନେଇ ତଥ୍ୟ ରଖିଲା ସ୍ୱାସ୍ଥ୍ୟ ବିଭାଗ । ରାଜଧାନୀରେ ରହିଛି ୧୬୧୭ଟି ଜେନେରାଲ ବେଡ଼ । ୧୬୧୭ ସାଧାରଣ ବେଡ଼ରୁ ୪୧୦ ଟି ଖାଲି ରହିଛି । ରାଜଧାନୀରେ ୫୩୪ ଆଇସିୟୁରୁ ଖାଲି ରହିଛି ୨୭୪ ଆଇସିୟୁ । ୧୯୫ ଭେଣ୍ଟିଲେଟରରୁ ରାଜଧାନୀରେ ୧୦୨ଟି ଖାଲି ଥିବା ସୂଚନା ମିଳିଛି ।