Odia News Portal

ଓଡିଶାରେ କରୋନା ପୁନଃସଂକ୍ରମଣ

ଭୁବନେଶ୍ୱର()  ଗତ କିଛି ଦିନ ହେଲା ରାଜ୍ୟରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି । ତେବେ ଏହା ଭିତରେ ପୁଣି ଏକ ଚିନ୍ତାଜନକ ତଥା ଏକ ଗୁରୁତ୍ୱପୂର୍ଣ୍ଣ  ଖବର  ଆସିଛି ।  ତାହା ହେଲା ଓଡ଼ିଶାରେ କରୋନା ଏବେ ପୁନଃସଂକ୍ରମଣ ହେଉଛି ।  ଆଇଏଲଏସ ନିଦେ୍ର୍ଧଶ ଅଜୟ ପରିଡ଼ା ଏହି ସୂଚନା ଦେଇଛନ୍ତି ।

ତାଙ୍କ ସୂଚନା ଅନୁଯାୟୀ, ଶୀତରେ କରୋନା ସଂକ୍ରମଣ ବଢିବା ନେଇ ସମ୍ଭାବନା ରହିଛି । ସଂକ୍ରମଣ ବ୍ୟାପିବାରେ ଶୀତ ସହାୟକ ହେଉଛି । ଏନେଇ ସଜାଗ ନରହିଲେ କରୋନ ବଢିବ ।  ବର୍ତ୍ତମାନ ସଂକ୍ରମଣ କମିଛି । ଦୈନିକ ୧୫ଶହ ପାଖାପାଖି ରହିଛି ।  ପୂଜାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଥିଲା । କିନ୍ତୁ ଲୋକଙ୍କ ସହଯୋଗ ଯୋଗୁଁ କମିଛି ।

ତେବେ ଏବେ ଓଡ଼ିଶାରେ କରୋନା ପୁନଃ ସଂକ୍ରମଣ ହେଉଛି, କିନ୍ତୁ ବହୁତ କମ  ।  ଆଇଏଲଏସ ଟେଷ୍ଟିରେ କିଛି ବ୍ୟକ୍ତିଙ୍କ ମଧ୍ୟରୁ ୩/୪ ଜଣଙ୍କର ପୁନଃ ସଂକ୍ରମଣ ହୋଇଥିବା ଜଣାଯାଇଛି ।  ପଜିଟିଭ ପରେ ପୁଣି କାହିଁକି ପୁନଃସଂକ୍ରମଣ ହେଉଛି ତାହାର ତର୍ଜମା କରାଯାଉଛି ।  ରାଜ୍ୟରେ ସେକେଣ୍ଡ ୱେଭ ନେଇ ସମ୍ଭାବନା ରହିଛି । ଏନେଇ ଜନସାଧାରଣ ସଚେତନ ହେବା ଦରକାର ବୋଲି ଆଇଏଲଏସ ନିଦେ୍ର୍ଧଶ ଅଜୟ ପରିଡ଼ା  ସୂଚନା ଦେଇଛନ୍ତି ।