Odia News Portal

ଖୋର୍ଦ୍ଧା ଜିଲ୍ଲାରେ ହେବ ୨ଟି କୋଭିଡ଼ କେୟାର କେନ୍ଦ୍ର

ଭୁବନେଶ୍ୱର() ଏବେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣର ଅଳ୍ପ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତମାନଙ୍କୁ କୋଭିଡ୍‌ କେୟାର କେନ୍ଦ୍ରରେ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । କରୋନା ଆକ୍ରାନ୍ତଙ୍କୁ ଉତ୍ତମମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆଇଏମ୍‌ଏସ୍‌ – ସମ୍‌ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଏହି ସୂଚନ ଦେଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ଜାମୁଝରିରେ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର କେନ୍ଦ୍ର ଏବଂ ଜଟଣୀରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଲକ୍ଷଣ ବିହୀନ ବା ଅଳ୍ପ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ଏହି ସ୍ଥାନରେ ରଖି ଚିକିତ୍ସା କରାଯିବ ।