Odia News Portal

ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ କ୍ୱାରେଣ୍ଟିନ୍ ସେଣ୍ଟର ଓ ୧୯ ଲୋକାଲ କେସ୍ ବୋଲି ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରେ ଓଡ୍ରାଫ ଓ ଏନଡ଼ିଆରଏଫର ୬୧ଜଣ । ସମସ୍ତ ୬୧ ଆକ୍ରାନ୍ତ କୋଲକାତା ଫେରନ୍ତା । ଏହାସହ ଖୋର୍ଦ୍ଧାରୁ ୧୯, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୮, ବାଲେଶ୍ୱରରୁ ୭, ସୁନ୍ଦରଗଡ଼ରୁ ୭, ଦେବଗଡ଼ରୁ ୫, ନୟାଗଡ଼ରୁ ୩, ମୟୁରଭଞ୍ଜରୁ୩, କଳାହାଣ୍ଡିରୁ ୩, କଟକରୁ ୨, କନ୍ଧମାଳରୁ ୨, କେନ୍ଦୁଝରରୁ୨ ଓ କେନ୍ଦ୍ରାପଡ଼ାରୁ ୨, ମାଲକାନଗିରି, ଯାଜପୁର, ଢ଼େଙ୍କାନାଳ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।