Odia News Portal

ଆଜି ଆଉ ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ବର () ଆଜି ରାଜ୍ୟରେ ରେକର୍ଡ ସଂଖ୍ୟ ୧୯୭୭ ଜଣ କରୋନା ସଂକ୍ରମିିତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୪ ଜଣ, ପୁରୀ ଜିଲ୍ଲାରୁ ୩ ଜଣ, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ ମୃତ୍ୟୁ ଘଟିଛି ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି। ଏଥିସହିତ ଓଡିଶାରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୫୪ହଜାର ଅତିକ୍ରମ କରିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି।