Odia News Portal

ଆଜି ଆଉ ୨୮୫୪ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୯ ହଜାର ପାର

ଭୁବନେଶ୍ୱର() ଆଜି ପୁଣି ୩୦ ଜିଲ୍ଲାରୁ ୨୮୫୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୫୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୯୫ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୩୯୩ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୩୧, ବାଲେଶ୍ବରରୁ ୧୧୬, ବରଗଡରୁ ୯୫, ଭଦ୍ରକରୁ ୬୬, ବଲାଙ୍ଗିରରୁ ୯୭, ବୌଦ୍ଧରୁ ୨୦, କଟକରୁ ୨୪୪, ଦେବଗଡରୁ ୧୬, ଢେଙ୍କାନାଳରୁ ୪୩, ଗଜପତିରୁ ୧୯, ଗଞ୍ଜାମରୁ ୩୯, ଜଗତସିଂହପୁରରୁ ୬୮, ଯାଜପୁରରୁ ୯୯, ଝାରସୁଗୁଡାରୁ ୬୮, କଳାହାଣ୍ଡିରୁ ୧୦୫, କନ୍ଧମାଳରୁ ୪୫, କେନ୍ଦ୍ରାପଡାରୁ ୯୧, କେଉଁଝରରୁ ୬୭, କୋରାପୁଟରୁ ୪୬, ମାଲକାନଗିରିରୁ ୬୧, ମୟୂରଭଞ୍ଜରୁ ୧୨୭, ନବରଙ୍ଗପୁରରୁ ୯୨, ନୟାଗଡରୁ ୬୫, ନୂଆପଡାରୁ ୮୩, ପୁରୀରୁ ୧୧୪, ରାୟଗଡାରୁ ୨୯, ସମ୍ବଲପୁରରୁ ୧୦୫, ସୋନପୁରରୁ ୭୯, ସୁନ୍ଦରଗଡରୁ ୧୪୩ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ ୮୮ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।