Odia News Portal

ରାଜଧାନୀରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର()  ରାଜଧାନୀ ଭୁବନେଶ୍ୱରରୁ ଆଜି ୨୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂତନ ୨୦୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୧୩୭ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ସେହିପରି ଆଜି ରାଜଧାନୀରୁ ୨୯୨ ଜଣ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ ୨୦୧ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିଙ୍କ ସଂଖ୍ୟା ୨୮ ହଜାର ୧୧୦ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ୨୫ ହଜାର ୩୫୨ଜଣ । ସେହିପରି ୧୪୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ୨ହଜାର୫୯୧ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।