Odia News Portal

ଓଡିଶା ପାଇଁ ବିପଦ, ମାଡିଆସୁଛି ଫୋନୀ

ଓ଼ଡିଶା ମୁହାଁ ବାତ୍ୟା ଫୋନୀ ।ତିନି ତାରିଖ ରାତି କିମ୍ବା ୪ ତାରିଖ ସକାଳେ ଏହା ପୁରୀର ସାତପଡ଼ା-ଚନ୍ଦ୍ରଭାଗା ମଧ୍ୟରେ ମାଡ଼ ହେବାର ସମ୍ଭାବନା ରହିଛି । ମେ’ ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ରାତି ସୁଦ୍ଧା ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ ।

ବାତ୍ୟା ଫୋନି ନେଇ ସଚିବାଳୟରେ ସମୀକ୍ଷା ବୈଠକ ବସିଛି । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ବି ଉପସ୍ଥିତି ଥିଲେ । ବାତ୍ୟା ନେଇ ରାଜ୍ୟସରକାର ସତର୍କ ଥିବା କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି । ସମସ୍ତ ଉପକୂଳବର୍ତୀ ଅଂଚଳ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି । ୮୮୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ରିଲିଫ ସାମଗ୍ରୀ, ଖାଦ୍ୟ ପ୍ରସ୍ତୁତ ରଖାଯାଇଛି । ପୂର୍ବାନୁମାନ ଅନୁସାରେ ୩ ତାରିଖରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି ।

ତେବେ ଆସୁଥିବା ସାମୁଦ୍ରିକ ବାତ୍ୟା ଫୋନୀ କୁ ନେଇ ସ୍ଥିତି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟରେ ନବୀନ କହିଛନ୍ତି ସାମୁଦ୍ରିକ ବାତ୍ୟା ଫୋନୀର ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ହୋଇଛି ।

ଆସନ୍ତାକାଲି ସଂଧ୍ୟା ସାଢେ ୫ଟା ସୁଦ୍ଧା ଫୋନି ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଫୋନି ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ପରେ ପବନର ବେଗ ଘଂଟାପ୍ରତି ୧୭୦ରୁ ୧୮୦ କିଲୋମିଟର ରହିବ । ଏବେ ଫୋନି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ସାରିଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଫୋନି ବର୍ତ୍ତମାନ ସମୁଦ୍ର ଭିତରେ ଘଂଟା ପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି ।