Odia News Portal

ମିଳିଲା ନିଖୋଜ ଚାରି ସାଙ୍ଗଙ୍କ ମୃତଦେହ

ଭୁବନେଶ୍ୱର : ମିଳିଲା ନିଖୋଜ ୪ ଛାତ୍ରଙ୍କ ମୃତଦେହ । ମହାନଦୀରେ ଭାସି ଯାଇଥିବା ୪ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ଓ ଓଡ୍ରାଫ୍ ବାହିନୀ । ଏମାନେ ସମସ୍ତେ ଚାଉଳିଆଗଂଜ ଥାନା ପୋତାପୋଖରୀ ଓ ବିନାୟକ ନଗରର ବୋଲି ଜଣାପଡିଛି ।

ଗତକାଲି ଅପରାହ୍ନରେ ୪ଜଣ ସାଙ୍ଗ ଗାନ୍ଧୀପଲ୍ଲୀ ବାଲିଗଡାରେ ସାଇକେଲ ରଖି ପଠାକୁ ଯାଇଥିଲେ । ସେଠାରେ ନଦୀସ୍ରୋତରେ ସମସ୍ତେ ଭାସି ଯାଇଥିଲେ । ଅନ୍ଧାର ସମୟରେ ଏହି ଅଘଟଣ ଘଟିଥିବାରୁ କେହି ଜାଣି ପାରିନଥିଲେ । ବିଳମ୍ବିତ ସମୟରେ ଶୌଚ ହେବାକୁ ଯାଇ କିଛି ଜଣ ସାଇକେଲ ପଡିଥିବାର ଦେଖି ସନ୍ଦେହ କରିଥିଲେ ଓ ପରେ ଆଖପାଖ ଲୋକେ ରୁଣ୍ଡ ହୋଇଥିଲେ । ଖବର ପାଇ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପହଂଚି ଖୋଜାଖୋଜି କରିବା ପରେ ଆଜି ମୃତଦେହ ମିଳିଛି ।