Odia News Portal

ଟୁଇନ ସିଟିରେ ଗଣେଶ ପୂଜା ମନା

ଭୁବନେଶ୍ବର()   କରୋନାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତାହା ହେଲା ଚଳିତ ବର୍ଷ ଟୁଇନ ସିଟିରେ ଗଣେଶ ପୂଜା ହେବ ନାହିଁ ।  କରୋନା ପାଇଁ ଏ ବର୍ଷ କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜାକୁ ବାରଣ କରାଯାଇଛି ।  ଟୁଇନ ସିଟିରେ କୌଣସି ମଣ୍ଡପରେ ଗଣେଶ ପୂଜା ହୋଇପାରିବ ନାହିଁ । ମଣ୍ଡପରେ ଗୋଷ୍ଠୀଗତଭାବେ କୌଣସି ଗଣେଶ ପୂଜା ହୋଇପାରିବ ନାହିଁ ।   ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜାକୁ ବାରଣ କରାଯାଇଛି ।  ଗଣେଶ ପୂଜା ବନ୍ଦ ନେଇ କମିଶନରେଟ ପୁଲିସ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।