Odia News Portal

କରୋନାରୁ ମୁକ୍ତି ପାଇଁ କାମନା କଲେ ସୁକିନ୍ଦା ବିଧାୟକ

ଭୁବନେଶ୍ବର() ମୋଦିଙ୍କ ଆହ୍ବାନକୁ ପାଳିଲା ସାରାଭାରତ। ପଲ୍ଲୀ ଠାରୁ ଦିଲ୍ଲୀ ପ୍ରତ୍ୟେକଟି ନାଗରିକ ନିଜ ଦ୍ୱାର ଆଗରେ ମହମ୍ ବତୀ, ଦୀପ, ଟର୍ଚ୍ଚ ଲାଇଟ ଲଗାଇ ପ୍ରକାଶର ଶକ୍ତିକୁ ଅନୁଭବ କରିଛନ୍ତି। କରୋନା ମୁକାବିଲାରେ ସାରା ଦେଶ ଏକା ହୋଇ ଲଢିବା ପାଇଁ ଏ ପ୍ରକାଶ ଜ୍ୟୋତି ସହାୟକ ହେବ ବୋଲି ଆସ୍ବାଶନା ଦେଇଥିଲେ ମୋଦି।

ଏହି କ୍ରମରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ତାଙ୍କ ପିତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡାଇ, ମାତା ପ୍ରତିମା ଘଡାଇ ଓ ପତ୍ନୀ ଝିଲିକ ଘଡାଇ ଠିକ ୯ସମୟରେ ଦୀପ ଜଳାଇ କରୋନା ଆକ୍ରାନ୍ତ ଓ ଦେଶକୁ ଏହି ମହାମାରିରୁ ମୁକ୍ତି ପାଇଁ କାମନା କରିଥିଲେ।