Odia News Portal

ଶ୍ରୀଜିଉଙ୍କ ପାଇଁ ସୁବର୍ଣ୍ଣ ଚନ୍ଦ୍ର ସୂର୍ଯ୍ୟ ଦାନ କଲେ ଶ୍ରଦ୍ଧାଳୁ

ଜଗା ପ୍ରେମରେ ବନ୍ଧା ଭକ୍ତ । ଶ୍ରୀଜିଉଙ୍କ ପାଇଁ ସୁବର୍ଣ୍ଣ ଚନ୍ଦ୍ର-ସୂର୍ଯ୍ୟ ଦାନ କଲେ ଶ୍ରଦ୍ଧାଳୁ । ଆଜି ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ପହଂଚି ଏହାକୁ ଦାନ କରିଛନ୍ତି ଭୁବନେଶ୍ୱରର ଶ୍ରଦ୍ଧାଳୁ ପଦ୍ମ ଚରଣ ପାତ୍ର । ପରିବାର ସହ ଯାଇ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଉପସ୍ଥିତିରେ ଶ୍ରୀଜିଉମାନଙ୍କ ଉଦ୍ଦେଶ୍ୟରେ ଏହାକୁ ଦାନ କରିଛନ୍ତି ପଦ୍ମଚରଣ ।

ଦାନ କରାଯାଇଥିବା ୩ ହଳ ସୁବର୍ଣ୍ଣ ଚନ୍ଦ୍ର ସୂର୍ଯ୍ୟରେ ୩୧୯ ଗ୍ରାମ୍ ସୁନା ଓ ୮୨୨ ଗ୍ରାମ୍ ରୁପା ବ୍ୟବହୃତ ହୋଇଛି । ପରବର୍ତି ସମୟରେ ତିନି ଠାକୁରଙ୍କୁ ଏହି ନୂତନ ଚନ୍ଦ୍ର ସୂର୍ଯ୍ୟ ଲାଗି ହେବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି ।