Odia News Portal

ଡ୍ରାଇଭରଙ୍କ ନାରେ ୨୮ କୋଟିର ଜିଏସଟି ଠକେଇ ଅଭିଯୋଗ


ଭୁବନେଶ୍ବର()  ଜଣେ ଡ୍ରାଇଭରଙ୍କ ନାମରେ ୨୮ କୋଟିର ଜିଏସଟି ଠକେଇ ଅଭିଯୋଗ ଆସିଛି । ଏନେଇ ଜିଏସଟି ବିଭାଗ ପକ୍ଷରୁ ରାଉରକେଲାର ଜନୈକ ଡ୍ରାଇଭରଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି । ୨୮ କୋଟି ୨୮ ଲକ୍ଷର ଠକେଇ ସହିତ ୪ କୋଟିର ଫାଇନ ପାଇଁ ମଧ୍ୟ ନୋଟିସ ଜାରି କରାଯାଇଛି । ତେବେ ସେ ଏହା ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି ଡ୍ରାଇଭର ଜଣକ ପ୍ରକାଶ କରିଛନ୍ତି । ତାଙ୍କ ନାମ ବ୍ୟବହାର କରି ଆଉ କେହି ଏପରି ଠକେଇ କରିଛି ବୋଲି ଡ୍ରାଇଭର ଜଣକ କହିଛନ୍ତି ।