Odia News Portal

ହକ୍ ମାଗୁଛି ଓଡ଼ିଶା କାର୍ୟ୍ୟକ୍ରମ ଆରମ୍ଭ

ଆଜିଠାରୁ ବିଜେଡିର ହକ୍ ମାଗୁଛି ଓଡିଶା ଅଭିଯାନ ଆରମ୍ଭ ହୋଇଛି । ଓଡିଶା ପ୍ରତି କେନ୍ଦ୍ର ସରକାରର ପ୍ରତାରଣା, ଅବହେଳା, ବୈମାତୃକ ମନୋଭାବ ବିରୋଧରେ ରାସ୍ତାକୁ ଓହ୍ଲାଇଛି ଯୁବ ଓ ଛାତ୍ର ବିଜୁ ଜନତା ଦଳ । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା , ନିଯୁକ୍ତି, ମହାନଦୀ, ଜାତୀୟ ରାଜପଥ, ଟେଲିକମ, ରେଳବାଇ , ବ୍ୟାଙ୍କସେବା, କୋଇଲା, ସର୍ବନିମ୍ନ ସହାୟକ ମୂଲ୍ୟ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ବୃତି, ଉଜ୍ଜଳା ଆଜି ୧୧ଟି ପ୍ରସଙ୍ଗ ନେଇ ଲଢ଼େଇ କରିବାକୁ ନିଷ୍ପତି ନେଇଛି ବିଜେଡିି । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଓଡିଶାର ପ୍ରତି ଜିଲ୍ଲାର ଗ୍ରାମପଂଚାୟତଠାରୁ ଆରମ୍ଭ କରି ଗାଁ ପର୍ୟ୍ୟନ୍ତ ପଥପ୍ରାନ୍ତ ସଭା କରି କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।