Odia News Portal

ବଢ଼ିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ଅବଧି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଆବେଦନ ସମୟ ସୀମାର ଅବଧି ବଢ଼ାଯାଇଛି । ଜୁନ୍ ୨୬ ତାରିଖ ଯାଏଁ ବଢ଼ିଛି ଏହି ଆବେଦନ ଅବଧି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନଓ ମଙ୍ଗରାଜ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ୨୦୧୬ରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇ ପାରିବେ ହିତାଧିକାରୀ । ତେବେ ଏଯାବତ ଆବେଦନ କରିନଥିବା ସାମ୍ବାଦିକ ମାନେ ଆବେଦନ କରିବା ଲାଗି ସୁବିଧା ମିଳିଯାଇଛି ।

ସ୍ୱାସ୍ଥ୍ୟ ବୀମା ଯୋଜନାରେ କର୍ମଜୀବୀ ସାମ୍ୱାଦିକଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟ ଏହି ସ୍ୱାସ୍ଥ୍ୟ ବୀମା ଯୋଜନାରେ ୨ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସହାୟତା ପାଇପାରିବେ। ସ୍ୱାସ୍ଥ୍ୟ ବୀମା କାର୍ଡ଼ ଗୁଡ଼ିକ ସମ୍ପୃକ୍ତ ସାମ୍ୱାଦିକମାନଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଜରିଆରେ ବଣ୍ଟନ କରାଯିବ। ହିତାଧିକାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ବୀମା ଆଇଡିଣ୍ଟିଫିକେସନ୍ ନମ୍ୱର ବ୍ୟବହାର କରି ଏହି ସୁବିଧା ପାଇପାରିବେ ।