Odia News Portal

ଭଦ୍ରକରେ ଚାଲିଛି ବେଧଡ଼କ ଗୋ ଚାଲାଣ

ଭଦ୍ରକ: ବାହର ରାଜ୍ୟକୁ ବେଆଇନ ଗୋ ଚାଲାଣ ବେଳେ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ ସହିତ ଏଥିରେ ଥିବା ୨୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର । ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଏହି ଗୋରୁ ବୋଝେଇ ଗାଡି ଜବତ କରି ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି | ସୂଚନା ଅନୁସାରେ, ଭଦ୍ରକରୁ ପିକଅପ୍ ଭ୍ୟାନରେ ୨୦ ରୁ ଅଧିକ ଗୋରୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା ।

ଏହି ସମୟରେ ପିକଅପ୍ ଭ୍ୟାନଟି ରାସ୍ତାରେ ଠିଆ ହୋଇଥିବା ଲୋକଙ୍କୁ ଧକ୍କା ଦେଇ ଫେରାର ହୋଇଯିବାକୁ ଉଦ୍ୟମ କରି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ଖବର ପାଇ ବଜରଙ୍ଗ ଦଳର କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଳମ୍ବିତ ରାତିରୁ ଭଦ୍ରକ ଚରମ୍ପା ଷ୍ଟେସନ ଛକ ନିକଟରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ଅଟକ ରଖିଥିଲେ । ତେବେ ଘଟଣାସ୍ଥଳରୁ ପିକଅପ୍ ଡ୍ରାଇଭର ସହ ଗାଡିରେ ବସିଥିବା ୪ରୁ ୫ ଜଣ ଫେରାର ହୋଇଯାଇଥିଲେ ।

ପୋଲିସ ଘଟଣାର ଅଧିକ ତନାଘନା ଆରମ୍ଭ କରିଛି । ଜବତ ଗୋରୁ ବୋଝେଇ ପିକଅପ୍ ଭ୍ୟାନଟି ଭଦ୍ରକରୁ କୋଲକାତା ଯାଉଥିଲା | ଜିଲ୍ଲାରେ ବେଆଇନ ଗୋ ଚାଲାଣ ସଂପୂର୍ଣ୍ଣ ବନ୍ଦ ନେଇ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ବେଫିକର ହୋଇ ଏହି ବେଆଇନ କାମ କରିଚାଲିଛନ୍ତି ଗୋରୁ ମାଫିଆ |