Odia News Portal

ଆହାର କେନ୍ଦ୍ର ପାଲଟିଛି ୪ ଝିଅଙ୍କ ସାହାରା କ୍ଷେତ୍ର, ଶିକ୍ଷା ହୋଇଛି ସାତ ସପନ  

ଯାଜପୁର ରୋଡ : ଆଜିର ସମାଜ ଏକ ପରିବାରର ଛଅଗୋଟି ଜିବନର ଅଭାବ ଅନାଟନ ପେଟର ଭୋକକୁ ଠେଲି ଦେଇଛି ରାଜରାସ୍ତା କଡରେ ଥିବା ସରକାରଙ୍କ ଆହାର କେନ୍ଦ୍ର ପିଣ୍ଡା ଦୁଆରକୁ । ପେଟର ଭୋକ ୬ଗୋଟି ଜିବନକୁ ଭଦ୍ରକ ଜିଲ୍ଲାରୁ ଯାଜପୁର ଜିଲ୍ଲାକୁ ଟାଣିଆଣି ପଂହଚାଇଦେଇଛି । ଆଜକୁ ୧ବର୍ଷରୁ ଉଦ୍ଧ୍ୱର୍ହେବ ଏହି ପରିବାରପାଇଁ ବ୍ୟାସନଗର ପୈାରାଂଚଳ ସ୍ଥିତ ଗୋପବନ୍ଧୁ ଛକ ଗୋପବନ୍ଧୁଙ୍କ ପ୍ରତିମୃର୍ତି ଫଛରେ ଥିବା ସରକାରଙ୍କ ଆହାର କେନ୍ଦଗୃହ ପାଲଟିଛି ସାହାରା କ୍ଷେତ୍ର ।

ଭଦ୍ରକ ଜିଲ୍ଲାର କରଞ୍ଜମାଳ ଗ୍ରାମର ପାଗଳ ଚନ୍ଦ୍ର ଦାସ(୮୦)ଙ୍କ ପୁଅ ରାଜକିଶୋର ଦାସ(୪୩) ସ୍ତ୍ରୀ ଫୁଲ ଦାସ(୩୫) ବଡଝିଅ କବିତା ଦାସ(୧୩) କଣ୍ଡେଇ ଦାସ(୧୦) ଗୁରୁବାରି ଦାସ(୬) ଚତୃର୍ଥ ଝିଅ(୧ମାସର) କୁନିପିଲାର ଜିବନ ଖରା, ବର୍ଷା, ଶୀତ, ପବନ, ଘଡଘଡି, ବିଜୁଳି ଆଲୁଅ ଅନ୍ଧାରର ମସା, ମାଛି, ପୋକ ଜୋକ ଭିତରେ ଜିବନ କଟୁଛି । ରାତିରେ ଦିନେ ଦିନେ ଭୋକ ଉପାସରେ ଏହି ପିଲାମାନଙ୍କର ବାପା, ମାଙ୍କ ସହ ଆହାରକେନ୍ଦ୍ରର ଖୋଲା ମେଲା ପିଣ୍ଡାରେ ଜିବନ ବିତେ  ।

ଦିନରେ ବାପା, ମା ଦୁଇଜଣ ଆହାର କେନ୍ଦ୍ରରେ ମିଳୁଥିବା ଗୋଟିଏ ଓଳିର ଭାତ, ଡାଲି, ତରକାରୀ  ସପରିବାର ମିଳିମିଶି ଖାଇଥାଆନ୍ତି । ରାଜରାସ୍ତା କଡରେ ଦିନସାରା ବୁଲି ପ୍ଲାଷ୍ଟିକ, ବୋତଲ, ଜରି ରୁଣ୍ଡାଇ ଲୁହା କବାଡିଆ ଦୋକନୀ  ମାନଙ୍କପାଖେ ବିକ୍ରିକରି ସେଥିରୁ ଯାହା ଅର୍ଥମିଳେ ୪ଝିଅଙ୍କ ପେଟରେ ଦାନାଦେଇ ନିଜେ ବଂଚନ୍ତି । ଦୁଃଖର ଜିବନ ଅର୍ଥର ଅଭାବରୁ କବିତା, କଣ୍ଡେଇ, ଗୁରୁବାରୀ ୩ଝିଅଙ୍କ ପାଠ ପଢିବାର ଇଚ୍ଛା ଇଚ୍ଛାରେ ରହିଯାଇଛି ବୋଲି କୁହନ୍ତି ।

ଯେଉଁ ବୟସରେ ପିଲାମାନେ କାଗଜ କଲମ ବହିଖାତା ବ୍ୟାଗ ଧରିବା କଥା ସେହି ବୟସରେ ଏହି ୩ ନିରିହଝିଅ ଛକବଜାର, ପେଟ୍ରୋଲ ପମ୍ପ, ରେଳ ଫାଟକ କଡର ରାସ୍ତାରେ ଭିକ୍ଷାବୃର୍ତିି, ଜରିଅଖା ବ୍ୟାଗ ଧରିିବାକୁ ବାଧ୍ୟ ହେଉଛନ୍ତି । ଭଲରେ ଗଣ୍ଡେ ଖାଇବା, ଭଲ କପଡା ପିନ୍ଧିବା, ଚାରିକାନ୍ଥର ଛାତଘର ଭିତରେ ରହିବା ଏମାନଙ୍କପାଇଁ ଏସବୁ ହୋଇଛି ଏକବଡ ସ୍ୱପ୍ନ  । ଦିଅକ୍ଷର ପାଠ ପଢିବା ଉଚ୍ଚଶିକ୍ଷୀତ ହେବା ଶିକ୍ଷାର ମୂଲ୍ୟ ବିଷୟରେ ଜାଣିବା ଏସବୁ ପାଲିଟିଛି ସାତ ସପନ । ବନ୍ଧାପଡିଛି ୩ଝିଅ ଓ କୁନି ଶିଶୁର ଜିବନ ଏଠି ଅଭାବ ଅନାଟନର ଅନ୍ଧାରୀଶିକ୍ଷା ଦିକ୍ଷାର ରାସ୍ତା ଭିତରେ ।

ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା କାଗଜ କଲମରେ ଚାଲିଲା ପରି ଲାଗୁଛି ଏହି ପରିବାରଙ୍କ ଜିବନ ଶୈଳୀ ଚଳନୀର ଦୃଷ୍ୟକୁ ଦେଖିଲେ । ଶିଶୁ ମାନଙ୍କ ସୁରକ୍ଷା, ଶିକ୍ଷାର ଅଧିକାର ଉନ୍ନତିକ୍ଷେତ୍ରରେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିକାଶର ସଫଳ ଋପାୟନ ଦେବାପାଇଁ ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପୈାରାଂଚଳର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସ୍ୱେଚ୍ଛା ସେବାକ୍ଷେତ୍ରରେ ବଡ ବଡ ନେତା ମହାନାୟକ ହସ୍ତି ମାନଙ୍କ ଠାରୁ ବିଭିନ୍ନ ହୋଟେଲ୍ ସଭାମଞ୍ଜରେ ମାନପତ୍ର ହାସଲ କରୁଛନ୍ତି । ସୋସିଆଲ ମିଡିଆ ଫେସବୁକରେ ଫଟୋ ଛାଡି ସମାଜକୁ ଦେଖାଉଛନ୍ତି ।

ଏହି ଗରିବ ପରିବାର ଅବହେଳିତ ୪ଝିଅଙ୍କ ଭବିଷ୍ୟତପ୍ରତି ତାଙ୍କର ଦୃଷ୍ଟି ପଡୁନାହିଁ କିପରି ତାହା ପ୍ରଶ୍ନ ଉଠୁଛି ସାଧାରଣ ଜନତାମାନଙ୍କ ମଧ୍ୟରେ ।  ସରକାରଙ୍କ ମହିଳା କଲ୍ୟାଣ, ଶିଶୁ ବିକାଶ, ସର୍ବ ଶିକ୍ଷା ଅଭିଯାନ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ସମାଜସେବୀ ଅନୁଷ୍ଟାନ ଏହି ୪ଝିଅଙ୍କ ଉଜ୍ୱଳ ଭବିଷ୍ୟତ ଶିକ୍ଷାକ୍ଷେତ୍ର ପ୍ରତି ଧ୍ୟାନଦେବାକୁ ସାଧାରଣରେ ଚର୍ଚ୍ଚାହେଉଛି ।