Odia News Portal

ସଡ଼କ ଦୁର୍ଘଟଣା: ୪ ମୃତ୍ୟୁ, ୨ ଗୁରୁତର  

ଚଇତି ଯାତ୍ରା ହେଲା ଶେଷ ଯାତ୍ରା, ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଅନ୍ତର୍ଗତ ତୋୟାପୁଟ ଠାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ରାୟଗଡ଼ାଠାରେ ଅନୁଷ୍ଠିତ ଚଇତି ଉତ୍ସବ ଦେଖି ସାରି ଘରକୁ ଏକ ବୋଲେରୋରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବୋଲେରୋଟି ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।