Odia News Portal

ସଚିବାଳୟ ମାର୍ଗ ହେଲା ଲୋକ ସେବା ମାର୍ଗ

ଭୁବନେଶ୍ୱର () ଭୁବନେଶ୍ୱର ଏଜି ଛକ ଠାରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ସଚିବାଳୟ ମାର୍ଗ ପରିବର୍ତ୍ତେ ଆଜି ଠାରୁ ଲୋକ ସେବା ମାର୍ଗ ନାମରେ ପରିବର୍ତ୍ତନ କରାଯାଇଛି ।

ସୂଚନାଅନୁସାରେ, କିଛି ଦିନ ପୂର୍ବରୁ ସଚିବାଳୟର ନାମ ପରିବର୍ତ୍ତନ କରାଯାଇ ଲୋକ ସେବା ଭବନ କରାଯାଇଥିଲା । ଏହା ପରେ ଆଜି ଠାରୁ ସେହି ଅନୁଯାୟୀ ଏଜି ଛକ ଠାରୁ ଆଚିର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ଲୋକ ସେବା ମାର୍ଗ ରଖାଯାଇଛି ।