Odia News Portal

ମା’ ଧାମରାଇଙ୍କ ପୀଠରେ ମକର ପର୍ବ

ଧାମରା: ଭଦ୍ରକ ଜିଲ୍ଲାର ବେଶ ଜଣାଶୁଣା ମାଆ ଧାମରାଇଙ୍କ ମନ୍ଦିର | ପାଖାପାଖି ୩୦୦ ବର୍ଷର ଏହି ପୁରାତନ ମନ୍ଦିରର କାରୁକାର୍ଯ୍ୟ ବେଶ ମନମୁଗ୍ଧକର । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରଥମେ ମାଙ୍କୁ ଛଣ ଛପର ଘରେ ପୂଜା କରା ଯାଉଥିଲା,ପରେ ମାଙ୍କ ପାଇଁ ମନ୍ଦିର ନିର୍ମାଣ କରାଗଲା,ମାଙ୍କ ପାଖରେ ଯିଏ ଯାହା ମାନସିକ କରିଥାଏ ତାହା ପାଇଥାଏ ବୋଲି କୁହନ୍ତି ସ୍ଥାନୀୟ ଲୋକେ । ମାଙ୍କୁ ଦର୍ଶନ କରିବା ପାଇଁ ବହୁତ ଦୂର ଦୁରାନ୍ତରୁ ଆସିଥାନ୍ତି ଭକ୍ତ,ମାଙ୍କ ମନ୍ଦିରରେ ଏକ ଅନନ୍ୟ ପରମ୍ପରା ଦେଖିବାକୁ ମିଳିଥାଏ,ଯାହାକି ଏହି ମନ୍ଦିରର ବିଶେଷତ୍ୱ । କୈବର୍ତ ବିଧବା ମହିଳା ମାନେ ମାଙ୍କୁ ପୂଜା କରିଥାନ୍ତି କେବଳ ହୋମ ଆଳତି କାର୍ଯ୍ୟ ସମ୍ପାଦନ କରିଥାନ୍ତି ମନ୍ଦିରର ପୂଜକ ।

ମାଙ୍କ ପାଖରେ ସବୁ ପୂଜାପର୍ଵ କରା ଯାଉଥିବା ବେଳେ ମକର ପର୍ଵ ମଙ୍କର ଆଦ୍ୟପର୍ଵ| ମକର ସଂକ୍ରାନ୍ତି ଠାରୁ ୧୦ ଦିନ ପର୍ଯ୍ୟନ୍ତ ଏହି ପୂଜା ବହୁ ଆଡମ୍ବରରେ ହୋଇଥାଏ| ଏହି ପର୍ଵରେ ମାଙ୍କର ମୁଖ୍ୟ ଭୋଗ ବାଳ ଭୋଗ ଓ ଖିଚୁଡ଼ି ଭୋଗ ଲାଗିଥାଏ | ମାଙ୍କର ଆବିର୍ଭାଵ ନେଇ ପ୍ରାୟ ୩୦୦ ବର୍ଷର କିମ୍ବଦନ୍ତୀ ରହିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ଧିବର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ ଜାଲରେ ପଡିଲା ଏକ ବିରାଟକାୟ ପଥର ସେହି ପଥରକୁ ଜାଲରେ ରଖି ଶୋଇ ପଡ଼ିଥିଲେ ଧିବର । ସେହିଦିନ ରାତିରେ ତତ୍କାଳୀନ ରାଜାଙ୍କୁ ସୋପ୍ନାଦେଶ କଲେ ମା । ନିଜର ନାମ ମା ଧାମରାଇ ବୋଲି କହିଲେ,ମା କୈବର୍ତ ଘରର ବିଧବା ମହିଳା ଠାରୁ ପୂଜା ପାଇବା ପାଇଁ ନିର୍ଦ୍ଦେଶ ଦେଲେ, ପରଦୀନ ଧିବର ମାନେ ପଥରକୁ ଆଣି ପୂଜାର୍ଚ୍ଚନା ଆରମ୍ଭ କଲେ|

ମାଙ୍କର ମାଟି ଘୋଡ଼ା ଭାରିପ୍ରିୟ,ମାଙ୍କ ପାଖରେ ନୀତିକାନ୍ତି ସକାଳ ୭ ଟାରୁ୧୨.୩୦ପର୍ଯ୍ୟନ୍ତ ହୋଇଥାଏ | ମା ସର୍ବଦା ଏଠାରେ ବିଦ୍ୟମାନ । ଭକ୍ତ ମାନେ ଯେତେବେଳେ ବିପଦ ସମୟରେ ଡ଼ାକିଥାନ୍ତି ମା ଡାକ ଶୁଣିଥାନ୍ତି ବୋଲି ବିଶ୍ଵାସ ରହିଛି | ଖୁସିରେ ମାଙ୍କ ପାଖରେ ଭକ୍ତ ମାଟି ଘୋଡ଼ା,ଦ୍ୱୀପ,ନାଲି ଛିଟ ଲୁଗା ଆଦୀ ଅର୍ପଣ କରିଥାନ୍ତି | କେବଳ ଧାମରା ନୁହେଁ ସାରା ରାଜ୍ୟରେ ଲୋକମାନେ ଆସିଥାନ୍ତି ମାଙ୍କର ଅପାର କୃପା ଲାଭ କରିଵା ପାଇଁ । ମାତ୍ର ଏ ବର୍ଷ କରୋନା ମହାମାରୀ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିନି । ଖୁବ କମ ଭକ୍ତ ମାକ୍ସ ଲଗାଇ ବେରୀଗେଟ ମଧ୍ୟରେ ଧାଡି ବାନ୍ଧି, ହାତକୁ ସାନିଟାଇଜ କରି ମାଆଙ୍କୁ ଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା । କରୋନା କଟକଣା ଯୋଗୁ ଅପେରା ପାଟି ଏବଂ ଛୋଟବଡ଼ ଦୋକାନି ଦେଖିବାକୁ ମିଳି ନ ଥିଲା । କହିବାକୁ ଗଲେ ସମ୍ପୂର୍ଣ୍ଣ ରୂପେ ଫିକା ପଡିଛି ମକର ମେଳା ।