Odia News Portal

ନିୟମ ଭାଙ୍ଗିଲେ ଜେଲ ସହିତ ୧ କୋଟିର ଫାଇନ

ନୂଆଦିଲ୍ଲୀ()  ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ନିୟମ ଉଲ୍ଲଂଘନ କଲେ ଏଣିକି ୧ କୋଟିର ଅର୍ଥ ଦଣ୍ଡ ସହିତ ୫ ବର୍ଷର କାରାଦଣ୍ଡ ପ୍ରଦାନ କରାଯିବ । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅଧ୍ୟାଦେଶ ଜାରି କରାଯାଇଛି । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଆଜିଠାରୁ ଏହି ଆଇନ କଡାକଡି ଭାବରେ ପାଳନ କରାଯିବ । ଦିଲ୍ଲୀ ଏନସିଆର ସମେତ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ଏହି ନିୟମ କଡାକଡି ଭାବରେ ଲାଗୁ କରାଯିବ । ଏକ ୧୮ ଜଣିଆ କମିଶନ ଗଠନ କରାଯିବ । ବାୟୁର ମାନ ପରୀକ୍ଷା କରିବା ସହିତ ପ୍ରଦୂଷଣ ରୋକିବା ଦିଗରେ ଏହି କମିଟି କାର୍ଯ୍ୟ କରିବ । ମୁଖ୍ୟ ଶାସନ ସଚିବ ସ୍ତରର ଜଣେ ଅଧିକାରୀ ଏହି କମିଟିର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ । କମିଟିରେ୧୦ ଜଣ ପ୍ରଶାସନିକ ଅଧିକାରୀଙ୍କ ସହିତ ୮ ଜଣ ପରିବେଶବିତ ଏବଂ ସାମାଜିକ କର୍ମୀ ରହିବେ । କମିଟିରେ ପ୍ରତି ସଦସ୍ୟଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ ଏବଂ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ପ୍ରତି ସଦସ୍ୟଙ୍କୁ ନିଯୁକ୍ତ କରାଯିବ । ଏହି କମିଟିର କାର୍ଯ୍ୟକୁ ନେଇ କେବଳ ଏନଜିଟି ନିକଟରେ ଆବେଦନ କରାଯାଇ ପାରିବ ବୋଲି ଅଧ୍ୟାଦେଶରେ ଉଲ୍ଲେଖ କରାଯାଇଛି ।