Odia News Portal

ଓଡିଆଙ୍କ ସ୍ୱପ୍ନଙ୍କୁ ସ୍ୱୀକାର କରିବାକୁ ଅନୁରୋଧ

ଭୁବନେଶ୍ୱର() କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତ ମନ୍ତ୍ରୀ ପହ୍ଲାଦ ସିଂହ ପଟେଲଙ୍କୁ ଆଜି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଅନୁରୋଧ କରିଛନ୍ତି । ସେପ୍ଟେମ୍ବର ୨ରେ ରାଜ୍ୟ ଐତିହ୍ୟ କ୍ୟାବିନେଟରେ ଏନେଇ ନିଷ୍ପତ୍ତି ହୋଇଥିଲା । ବହୁ ବର୍ଷଧରି ଥିବା ଓଡିଆଙ୍କ ସ୍ୱପ୍ନଙ୍କୁ ସ୍ୱୀକାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ତେବେ ଓଡିଶୀ ସଙ୍ଗୀତ ୨ ହଜାର ବର୍ଷର ପୁରୁଣା ପରମ୍ପରା । ଏହା ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକ ସଙ୍ଗୀତଠାରୁ ସମ୍ପୂର୍ଣ୍ଣ ଭିନ୍ନ ।