Odia News Portal

ପାର୍ବଣ ଓ ଶୀତ ଋତୁ ପାଇଁ ସତର୍କ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର()  ରାଜ୍ୟବାସୀଙ୍କୁ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି ପୂଜାରେ ସତର୍କ ରହିବାକୁ ଅପଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ସାତ ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢୁଛି । ଏଥିପାଇଁ ସମସ୍ତଙ୍କୁ ବହୁ କଷ୍ଟ, ତ୍ୟାଗ ସ୍ବୀକାର କରିବାକୁ ପଡିଛି । କରୋନାକୁ ଦୃଷ୍ଟିରେ ରଖି ପିଲା ଓ ବୟସ୍କଙ୍କୁ ଘରେ ରହିବାକୁ ପଡୁଛି । ବୟସ୍କ, ପିଲା ଘରେ ରହିଲେ, ଆମେ କରୋନା ବିରୋଧରେ ଲଢେଇ କରିପାରିବା । ଓଡ଼ିଶା ୬ ମାସରେ କରୋନା ସଂକ୍ରମଣ ରୋକିବାରେ ସଫଳ ହୋଇଛି । ଗତ ୧୫ ଦିନ ହେଲା ରାଜ୍ୟରେ କୋଭିଡ୍‌ କେସ କମିବା ଆରମ୍ଭକରିଛି । ସେପ୍ଟେମ୍ବର ୨୬ରେ ୪ ହଜାରରୁ ଅଧିକ ଥିଲା, ଏବେ ୨ ହଜାର ତଳେ ରହିଛି । ପିଜିଟିଭିଟି ରେଟ୍‌ ବି କମିଛି, ଆଗକୁ ଆହୁରି କମିବ ।

ଦୁଇ ମାସ ତଳେ ଗଞ୍ଜାମ ହଟସ୍ପଟ ଥିଲା, ଦୈନିକ ଶହ ଶହ ବାହାରୁଥିଲେ । ଲୋକଙ୍କସହଯୋଗ, କୋଭିଡ୍‌ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । ଗଞ୍ଜାମ, ଗଜପତିରେ ସଂକ୍ରମଣ କମିଛି, ଅନ୍ୟ ପାଇଁ ପ୍ରେରଣା ପାଲଟିଛି । କିନ୍ତୁ ଏଥିରେ ଆତ୍ମସନ୍ତୋଷ ନ କରି ଆମକୁ ସତର୍କ ଓ ସଚେତନ ରହିବାକୁ ପଡିବ । ମେଡିସିନ୍‌ ଓ ଭ୍ୟାକସିନ୍‌ ଆସିବା ପର୍ୟ୍ୟନ୍ତ ସାବଧାନ ରହିବାକୁ ହେବ ।
ବ୍ରିଟେନ୍‌, ଫ୍ରାନ୍ସରେ ସଂକ୍ରମଣ ପୁଣି ଅଧିକ ଭୟଙ୍କର ଭାବେ ବଢିଛି ।ଏବେ ସେମାନେ ପୁଣି ଲକ୍‌ଡାଉନ୍‌, ସଟ୍‌ଡାଉନ୍‌କୁ ଫେରିଲେଣି । ଆମେରିକା ପରେ ଭାରତ ଏବେ ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ଅଛି । ଓନାମ ପର୍ବ ପାଇଁ କେରଳରେ ସଂକ୍ରମଣ ତିନିଗୁଣ ବଢି ଯାଇଛି । ଶୀତଋତୁରେ କରୋନା ଅଧିକ ଭୟଙ୍କର ରୂପ ନେବ ବୋଲି ଏକ୍ସପର୍ଟ ମତ ଦେଇଛନ୍ତି ।ଆଗକୁ ଦୁର୍ଗାପୂଜା ଓ ଦୀପାବଳି ଆସୁଛି । ଏହି ସମୟରେ ଘରେ ରହି ପୂଜା କରନ୍ତୁ ।ପୂଜା ସମୟରେ ସର୍ବସାଧାରଣ ଜାଗାରେ ଭିଡ୍‌ କରନ୍ତୁ ନାହିଁ । ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତ୍ବ ରଖନ୍ତୁ । ହାତ ଧୁଅନ୍ତୁ ।