Odia News Portal

ବାଲେଶ୍ୱରରେ ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି

ଭୁବନେଶ୍ୱର()ରାଜ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଏହାରି ମଧ୍ୟରେ ଆଜି ବାଲେଶ୍ୱର ସଦର ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାଲେଶ୍ୱରବାସୀଙ୍କ ପାଇଁ ନବୀନ ନିବାସରୁ ଡିଜିଟାଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି ଯେ, ‘ଆଜିର ଦିନକୁ ଓଡିଶାବାସୀ କେବେ ଭୁଲିପାରିବେ ନାହିଁ । ଆଜିକୁ ୨୧ ବର୍ଷ ତଳେ ମହାବାତ୍ୟା ହୋଇଥିଲା । ରାଜ୍ୟବାସୀଙ୍କ ଆତ୍ମବିଶ୍ୱାସ ଯୋଗୁଁ ଆଜି ଓଡିଶା ଆଜି ବିକାଶ ପଥରେ ଆଗେଇଛି । ହେଲେ ଏବେ ବାତ୍ୟା ମୁକାବିଲାରେ ଓଡିଶା ମଡେଲ ହୋଇଛି । ଲୋକଙ୍କ ଜୀବନ ବଞ୍ଚାଇବା ଆମ ମୁଖ୍ୟ ଲକ୍ଷ୍ୟ । ବନ୍ୟା, ବାତ୍ୟା ବେଳେ ଲୋକଙ୍କ ଜୀବନ ସୁରକ୍ଷା ଆମର ପ୍ରାଥମିକତା । ଫାଇଲିନ୍ ବେଳେ ଆମେ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲୁ । କୋଭିଡ ପରିଚାଳନାକୁ ମଧ୍ୟ ଡବ୍ଲୁଏଚଓ ପ୍ରଶଂସା କରିଛି ।’

ଏହା ସହ ନବୀନ କହିଛନ୍ତି ଯେ, ‘ ବାଲେଶ୍ୱର ଯାଇଥିଲେ ବହୁତ ଜନସମାଗମ ହୋଇଥାନ୍ତା । ମୁଁ ଆପଣଙ୍କ ଜୀବନକୁ ବିପଦରେ ପକାଇବାକୁ ଚାହୁଁନି । ସେଥିପାଇଁ କୋଭିଡ କାଳରେ ମୁଁ ବାଲେଶ୍ୱର ଗଲିନାହିଁ । କୋଭିଡ ସ୍ଥିତି ସ୍ୱାଭାବିକ ହେଲେ ବାଲେଶ୍ୱର ଯିବି । ମୁଁ ଆପଣଙ୍କ ସହିତ ସବୁବେଳେ ଅଛି । ଫକୀରମୋହନ ସେନାପତି ମୋର ପ୍ରିୟ ଲେଖକ । ରେବତୀ ଗଳ୍ପ ମୋତେ ବହୁତ ଭଲ ଲାଗେ । ବାଲେଶ୍ୱରରେ ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି ।’