Odia News Portal

ସ୍ପୋର୍ଟସ କମ୍ପେ୍ଲକ୍ସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()  ସ୍ପୋର୍ଟସ କମ୍ପେ୍ଲକ୍ସ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପେ୍ଲକ୍ସ ଉଦଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଓ ହିଞ୍ଜିଳିକାଟୁରେ ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ ହୋଇଛି । ଛତ୍ରପୁରରେ ନିର୍ମିତ ଇଣ୍ଡୋର ଷ୍ଟାଡିୟମରେ ୨ କୋଟି ୬୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ହିଞ୍ଜିଳିରେ ନିର୍ମିତ ଇଣ୍ଡୋର ଷ୍ଟାଡିୟମ୍‌ରେ ୧୦ କୋଟି ୯୮ ଲକ୍ଷ ୭୫ ହଜାର ୨୨୭ ଟଙ୍କା ବିନିଯୋଗ ହୋଇଛି।  ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।